ସୁଧୀର ପାତ୍ରଙ୍କ ହତ୍ୟା ଘଟଣା, ଝିଅ ଆଣିଲେ ସାଂଘାତିକ ଅଭିଯୋଗ

0 44

ବ୍ରହ୍ମପୁର: ବ୍ରହ୍ମପୁର ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ଘଟଣାରେ ନୂଆ ଟୁଇଷ୍ଟ। ସମ୍ପତ୍ତି ପାଇଁ ନୁହେଁ, ବରଂ ଇର୍ଷାରୁ ହୋଇଛି ଏହି ହତ୍ୟାକାଣ୍ଡ।  ଏମିତି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁଧୀରଙ୍କ ଝିଅ।ସୁଧୀରଙ୍କ ଝିଅ କହିଛନ୍ତି, ଇର୍ଷା ଯୋଗୁ ସେମାନେ ବାପାଙ୍କୁ ମାରି ଦେଇଛନ୍ତି। ବଡବୋଉ କହିଥିଲେ ତମକୁ କେବେ ଶାନ୍ତିରେ ରହିବାକୁ ଦେବୁନି। ଭାଇ ତୁଷାର ଓ ବଡ଼ ଭଉଣୀ ନିବେଦିତା ଏମିତି କରିଥିବେ ବୋଲି ବିଶ୍ବାସ ହେଉନି ବୋଲି ସୁଧୀରଙ୍କ ଝିଅ କହିଛନ୍ତି।

hiring

ବାପା ସବୁ ସମ୍ପତ୍ତି ନିବେଦିତା ଓ ତୁଷାରଙ୍କ ନାଁରେ କରିଦେଇଥିଲେ। ବାପା ନିବେଦିତାଙ୍କ ପାଇଁ ବହୁ ଭଲ ପ୍ରସ୍ତାବ ଖୋଜୁଥିଲେ। କାହାକୁ ପସନ୍ଦ କରୁଛି କି ବୋଲି ନିବେଦିତାଙ୍କୁ ସୁଧୀର ପଚାରିଥିଲେ। ହତ୍ୟାକାରୀଙ୍କ ବିରୋଧରେ କଡା ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ସୁଧୀରଙ୍କ ଝିଏ।

hiranchal ad1
Leave A Reply

Your email address will not be published.

2 + 1 =