ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ପରୀକ୍ଷାର ମୂଲ୍ୟାୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଳ୍ପ କେତେକ ଖାତା ଛାଡ଼ି ସବୁ ଖାତାଦେଖା ଶେଷ ହୋଇଛି। ପ୍ରାୟ ୯୬%ରୁ ଅଧିକ ଖାତାଦେଖା ସରିଥିବାବେଳେ ଗୁରୁବାର ଅବଶିଷ୍ଟ ଖାତା ଦେଖାଯିବ। ଏବେ ୧୫୧ ପରୀକ୍ଷା କେନ୍ଦ୍ରରେ ଦ୍ବିତୀୟ ପର୍ଯ୍ୟାୟରେ ୮୩୪୩ ଅଧ୍ୟାପକ ଖାତା ଦେଖୁଛନ୍ତି। ମୂଲ୍ୟାୟନ ଅବଧି ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ମେ’ ପହିଲାରୁ ଫଳ ପ୍ରକାଶ ପାଇଁ ପରିଷଦ ପକ୍ଷରୁ କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ମେ’ ତୃତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
