ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

0 49

ଭୁବନେଶ୍ୱର : ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପହଞ୍ଚିଛନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଯୁବକଙ୍କୁ ମାଡ କରି ଗୁରୁତର କରିଥିଲେ ସ୍ଥାନୀୟଲୋକେ। ପୁଲିସ ଉଦ୍ଧାର କରି ମେଡିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପ୍ରାଥମିକ ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ସେ ଆହୁରି ମଧ୍ୟ କହିଛନ୍ତି ଯିଏ ଅଭିଯୁକ୍ତ ହୋଇଥିବେ, କାହାକୁ ମଧ୍ୟ ଛଡାଯିବନି କହିଛନ୍ତି ମୁଖ୍ୟମନ୍ତ୍ରୀ। ସାକ୍ଷ୍ୟ,ପ୍ରମାଣ ଓ ତଥ୍ୟ ଆଧାରରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ପୀଡିତାଙ୍କ ଘରେ ପହଞ୍ଚି ବୟାନ ନେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ଏହାପରେ ମୃତ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଘରକୁ ମଧ୍ୟ ଅଧ୍ୟକ୍ଷା ଓ ଟିମ୍ ଯିବେ।

hiranchal ad1
Leave A Reply

Your email address will not be published.

eleven + 12 =