ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ କମିଟି ବୈଠକ

0 60

ପୁରୀ-ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ରଥଯାତ୍ରା ବୈଠକରେ ସ୍ଵାସ୍ଥ୍ୟ ସମସ୍ୟା ନେଇ ଆଲୋଚନା ଚାଲିଥିବାବେଳେ ପ୍ରବଳ ହଟ୍ଟଗୋଳ ହୋଇଥିଲା।ସେହିପରି ଟାଟା ପାୱାର ଅଧିକାରୀଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିଲା । ରଥଯାତ୍ରାରେ ୧୬୦୦ ଅସ୍ଥାୟୀ ଶୌଚାଳୟ ହେବ। ଡ୍ରୋନ ଦ୍ବାରା ସହରର ବିଭିନ୍ନ ସ୍ଥାନରେ ମଶା ତେଲ ପକାଯିବ।ରଥଯାତ୍ରାରେ ୪୦୦ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ।ରେଳଷ୍ଟେସନ ବାହାରେ ୬ ଟି ସ୍ଥାନରେ କାଉଣ୍ଟର ସହ ସ୍ଵତନ୍ତ୍ର ଭିଡ଼ ପରିଚାଳନା ଯୋଜନା ହେବ।ର ଥଯାତ୍ରା ସମୟରେ ଏନଏସଜି କମାଣ୍ଡୋ ସହ ୨୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଶ୍ରଦ୍ଧାଳୁଙ୍କ ପାଇଁ ବଲ୍କ ମେସେଜିଂ ସେବା ରହିବ। ଆଣ୍ଟି ଡ୍ରୋନ୍ ଟିମ୍, ଏନଡିଆରଏଫ, ଓଡିଆରଏଏଫ ମୁତୟନ ହେବେ । ପାର୍କିଂ ସଂଖ୍ୟା ବୃଦ୍ଧି ହେବ। ରାପିଡ ଆକ୍ସନ ଫୋର୍ସ ଅଧିକ ସଂଖ୍ୟାରେ ମୁତୟନ ହେବେ ।
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ପ୍ରଥମ ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ରଥ ନିର୍ମାଣ ପାଇଁ ଚଳିତ ବର୍ଷ ୮୧୮ ଖଣ୍ଡ କାଠର ଆବଶ୍ୟକ ଥିବା ବେଳେ ୭୧୦ ଖଣ୍ଡ କାଠ ପହଞ୍ଚି ସାରିଛି। ଚଳିତ ବର୍ଷ ଢେଙ୍କାନାଳ ହିନ୍ଦୋଳରୁ ଚାରମାଳ ପାଇଁ ଅଧିକ ଏକ ସେଟ୍ ତାଳ ଗଛ କାଠ ଅଣାଯିବ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀ ମହାନଗର ନିଗମ ଅଞ୍ଚାଳରେ ୫ ଲକ୍ଷର ବୀମା କରାଯିବ। ଅସ୍ବାଭାବିକ ମୃତ୍ୟୁ, ଦୁର୍ଘଟଣାଜନିତ ମୃତ୍ୟୁ ଏହି ବୀମା ଅନ୍ତର୍ଭୁକ୍ତ ହେବ। ୧୬୦୦ ମିଟର ବିଭିନ୍ନ ରଙ୍ଗର ରଥ କନା ଆସିବ। ରଥ ଦଉଡି଼ ପାଇଁ ଓଡ଼ିଶା ସମବାୟ କତା ନିଗମ ଚଳିତ ମାସ ଶେଷ ସୁଦ୍ଧା ୨୮ ଗୋଟି ରଥ ଟଣା ଦଉଡି଼ ଏବଂ ୬ ଗୋଟି କଡର୍ନ ଦଉଡି଼ ପହଞ୍ଚିବ।ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବାକୁ ନେଇ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ପୁରୀ ମହାନଗର ନିଗମ ପକ୍ଷରୁ ସବୁ ସାହି, ସବୁ ବାଇଲେନରେ ଦୁଇ ଥର ଡ୍ରେନ ସଫା ହେବ। ବଡ଼ଦାଣ୍ଡ ସହ ବିଭିନ୍ନ ସ୍ଥାନରେ ଭକ୍ତଙ୍କ ପାଇଁ ୧୦୦୦ ଓ ପୋଲିସ ପାଇଁ ୬୦୦ ଅସ୍ଥାୟୀ ଶୌଚାଳୟ ମିଶାଇ ମୋଟ ୧୬୦୦ ଅସ୍ଥାୟୀ ଶୌଚାଳୟ ହେବ। ଡ୍ରୋନ ଦ୍ବାରା ମଶା ତେଲ ପକାଜିବ। ସମସ୍ତ ମୁକୁଳା ଡ୍ରେନରେ ସ୍ଲାବ ପକାଯିବ।
ରଥଯାତ୍ରା ସମୟରେ ୨୪ x ୭ ପାନୀୟ ଜଳ ଯୋଗାଣ ହେବ। ୨୫ ଟି ଟାଙ୍କର ସହ ୧୦୦ଟି ପିଭିସି ଟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହେବ। । ବଡଦାଣ୍ଡରେ ୧୮୫ ଟି ଡ୍ରିଙ୍କ ଫ୍ରମ୍ ଟ୍ୟାପ ବ୍ୟବସ୍ଥା ରହିଛି। ୧୯ଟି ଓଭରହେଡ ଟାଙ୍କିର ପରିଷ୍କାର ଏବଂ ମରାମତି କାର୍ଯ୍ୟ ଜୁନ ଶେଷ ସୁଦ୍ଧା ସମ୍ପନ୍ନ ହେବ । ବଡ଼ଦାଣ୍ଡରେ ଅଗ୍ନି ନିରାପତ୍ତା ପାଇଁ ଆଠଟି ଲୋଡିଙ୍ଗ ପଏଣ୍ଟର ବ୍ୟବସ୍ଥା କରାଯାଇଛି ।ପରିବହନ ବିଭାଗ ରଥଯାତ୍ରା ସମୟର ୨୪ x ୭ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ସହ ହେଲ୍ପ ଡେସ୍କ ରହିବ।ବିଭିନ୍ନ ସ୍ଥାନରେ ୨୩ ଟି କ୍ରେନ୍ ରହିବ। ଗତବର୍ଷ ରେଳ ବିଭାଗ ପକ୍ଷରୁ ୩୬୬ ଟି ସ୍ଵତନ୍ତ୍ର ଟ୍ରେନ୍ ଚାଲିଥିବାବେଳେ ଏବର୍ଷ ୪୦୦ ସ୍ଵତନ୍ତ୍ର ଟ୍ରେନ୍ ଚାଲିବା ପାଇଁ ଲକ୍ଷ ରହିଛି। ସ୍ଵତନ୍ତ୍ର ଭିଡ ନିୟନ୍ତ୍ରଣ ଯୋଜନା ସହ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ଵ ଦିଆଯିବ। ୬୦ ଟି ସ୍ଥାନରେ ଏଲଇଡି ଡିସପ୍ଲେ ସାହା ଟ୍ରେନ ସୂଚକ ବୋର୍ଡ ରହିବ। ଏକ ମାସ ପୂର୍ବରୁ ସିସିଟିଭି କ୍ୟାମେରା ଲାଗି ଡ୍ରାଏ ରନ ହେବ । ରଥଯାତ୍ରା ପାଇଁ ଥ୍ରିଡି ମ୍ୟାପିଂ ସହ ସ୍ଵତନ୍ତ୍ର ଆପ । ରଥଯାତ୍ରା ସମୟରେ ଏନଏସଜି କମାଣ୍ଡୋ ସହ ୨୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
ବୈଠକରେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ବିଧାୟକ ସୁନୀଲ ମହାନ୍ତି ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ , ଏସପି ପ୍ରତୀକ ସିଂହ,ପୁରୀ ମହାନଗର ନିଗମ କମିଶନର,ଦେବୋତ୍ତର କମିଶନର,ଆଇନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ସେବାୟତ , ବୁଦ୍ଧିଜୀବୀ, ସଚେତନ ନାଗରିକଙ୍କ ସହ ସାମ୍ବାଦିକ ମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

hiranchal ad1
Leave A Reply

Your email address will not be published.

ten − five =