ଆଜି ପବିତ୍ର ଭଉଁରୀ ଯାତ୍ରା

0 44

ପୁରୀ-ଆଜି ଭଉଁରୀ , ଆଜି ଭ୍ରମିବେ ଜଗନ୍ନାଥ l ସାରା ଜଗତକୁ ଭ୍ରମରେ ପକାଉଥିବା ଦେବତା ଆଜି ଭଉଁରୀ ଭଳିଆ ଭ୍ରମିବେ l ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୁଏ l ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ଏବଂ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ଚାପରେ ପ୍ରତ୍ୟହ ଜଳକ୍ରୀଡ଼ା କରିଥାନ୍ତି।
ଅର୍ଥାତ୍‌‌ ଏହି ‘ଭଉଁରୀ’ର ଶାସ୍ତ୍ରୀୟ ନାମ ହେଉଛି ‘ଜଳଭ୍ରମଣିକା’। ଏହା ବିଂଶତି ଦିବସ(୨୦ତମ ଦିବସ)ରେ ଅନୁଷ୍ଠିତ ହୋଇଥାଏ। ଏହାର ତାତ୍ପର୍ଯ୍ୟ ହେଉଛି ଯେ, ଏହି ନୌକ୍ରୀଡ଼ାକୁ ଦର୍ଶନ କଲେ ମନୁଷ୍ୟର ବିଂଶୋତ୍ତରୀ ଦଶାଭୋଗ ସୁଖଦ ହୋଇଥାଏ। ଅର୍ଥାତ୍‌‌ ପୁଷ୍କରିଣୀର ପ୍ରତିକୋଣ ସହିତ ମଧ୍ୟଭାଗକୁ ମିଶାଇ ସମୁଦାୟ ୨୧ଘେରା ନୌକାଭ୍ରମଣ ଅନୁଷ୍ଠିତ ହୋଇଥାଏ।
ଚନ୍ଦନ ଯାତ୍ରାର ୨୦ ତମ ଦିବସରେ ଭଉଁରି ଯାତ ହୋଇଥାଏl ବାହାର ଚନ୍ଦନ ଯାତ୍ରାରେ ପ୍ରତ୍ୟହ ଦିନ ଚାପରେ ଗୋଟିଏ ଘେରା ଓ ରାତ୍ର ଚାପରେ ୩ ଘେରା ପରିକ୍ରମା କରିଥାନ୍ତି l କିନ୍ତୁ ଭଉଁରିରେ ରାତ୍ର ଚାପରେ ଠାକୁର ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ନୌବିହାର କରିଥାନ୍ତି ଏବଂ ୨୧ ତମ ଦିନରେ ମହାପ୍ରଭୁଙ୍କ ହଳଦୀ ପାଣି ନୀତି ସମ୍ପନ୍ନ ହୁଏ l ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ପ୍ରତିମା ମଦନସୁନ୍ଦର ପାଖରେ ଦୁଇ ପତ୍ନୀ ମା ଭଗବତୀ କୃପାମୟି ସୌଭାଗ୍ୟ ମୟୀ ଲଷ୍ମୀ ଠାକୁରାଣୀ ଏବଂ ମା ଭୂଦେବୀ ଙ୍କୁ ସଙ୍ଗରେ ଧରି ମଣିବିମାନରେ ବିଜେ ହେବେ ଶ୍ରୀମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣି ବା ଚନ୍ଦନପୁଷ୍କରିଣି କୁ l ତାଙ୍କ ସାଙ୍ଗେ ଥିବେ ବଳରାମ ଏବଂ କୃଷ୍ଣ ପାଲିଙ୍କିରେ ଶୟନ ଅବସ୍ଥାରେ ଝୁଲି ଝୁଲି ଯିବେ l ଶ୍ରୀକ୍ଷେତ୍ର ର ପଞ୍ଚପାଣ୍ଡବ ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର , ଶ୍ରୀକପାଳମୋଚନ ଓ ଶ୍ରୀଲୋକନାଥ ବିଜେ ମଧ୍ୟ ଏହି ଯାତ୍ରାରେ ଯିବେ l ଏମାନଙ୍କୁ ପଞ୍ଚପାଣ୍ଡବ କହିବାର ଅର୍ଥ ଭଗବାନ କୃଷ୍ଣ ଙ୍କ ସହିତ ବିରାଟ ରଜାର ଘରେ ଦ୍ୱାପର ଯୁଗରେ ଯୋଉ ଲୀଳା କରିଥିଲେ ଚନ୍ଦନ ଯାତ୍ରା ତାର ଏକ ଅଂଶ ମାତ୍ର l ସେଇ ପୂର୍ବ ସୂଚିତ ଅଧ୍ୟାୟ ର ଆଜି ପରିପ୍ରକାଶ ଘଟୁଛି lଭୂଦେବୀ , ଶ୍ରୀ ମଦନମୋହନ, ମା ଶ୍ରୀଦେବୀ ମଣିବିମାନ ରେ ଚନ୍ଦନ ଯାତ୍ରାକୁ ବିଜେ କଲାବେଳେ ସେଠାରେ ସେ ସମୟରେ ଏହି ଗୀତଟି ଗାନ କରାଯାଇଥାଏ lଏହି ମର୍ମ ରେ ଏହି ନ୍ୟାୟରେ ଭଗବାନ ଯାଇ ଚନ୍ଦନ ପୁଷ୍କରିଣୀରେ ପହଞ୍ଚିଲାପରେ ଚନ୍ଦନ କୁଣ୍ଡରେ ପସିବା ପୂର୍ବରୁ ଭଉଁରୀ ବୁଲିବେ l ଅର୍ଥାତ ଗଜପତି କପିଳେନ୍ଦ୍ରଦେବଙ୍କ ସାନ ଭାଇ ନରେନ୍ଦ୍ର ଦେବଙ୍କ ସ୍ମୃତିର ଯୋଉ ନରେନ୍ଦ୍ର ପୁଷ୍କରିଣୀ ଖୋଦିତ ହେଇଛି ଯାହା ଦେହରେ ଚନ୍ଦନ ଯାତ୍ରା ପ୍ରଭୁଙ୍କର ଆନୁଷ୍ଠିତ ହେଉଛି ତାର ଚାରିକୋଣରେ ୨୧ ,୨୧ ,୨୧,୨୧ ସମୁଦାୟ ୮୪ ଘେରା ଭଗବାନ ବୁଲିବେ l
ଭଗବାନ ଯାତ୍ରା ଦ୍ୱାରା ସୂଚାଇଦେଉଛନ୍ତି ହେ ମଣିଷ ୮୪ଲକ୍ଷ ଯୋନି ଭ୍ରମଣ କରି ଶେଷରେ ଦିବ୍ୟ ମାନବ ଜନ୍ମ ଲାଭ କରିଛୁ l ଏହି ୮୪ ଥର ଭଉଁରୀ ଭଳିଆ ବୁଲୁଥିବା ନଉକା କୁ ଯିଏ ଦେଖିଦେବ ସେ ୮୪ଲକ୍ଷ ଯୋନି ଜନ୍ମରୁ ମୁକ୍ତିପାଇଯିବ l ଖାଲି କଣ ଏତିକି ରଥଯାତ୍ରା ଭି ୮୪ l ଜଗନ୍ନାଥା , ବଳଭଦ୍ର , ସୁଭଦ୍ରା l ନନ୍ଦିଘୋଷ , ତାଳଧ୍ଵଜ ଓ ଦେବଦଳନ l ୧୬ , ୧୪ , ୧୨ ଏହି ୩ ରଥର ଚକ ମିଶେଇଦେଲେ ୪୨ ଚକ l ଗୁଣ୍ଡିଚା ଦିନ ଯିବ ୪୨ ବାହୁଡା ଦିନ ଆସିବ ୪୨ ସମୁଦାୟ ୮୪ l ଏହି ୮୪ ଚକ ର ଯାତ୍ରା କୁ ଯିଏ ଥରେ ମାତ୍ର ଦେଖିଦେବ ସେ ମୁକ୍ତିପାଇଜିବ l ଆଉ ସେ ପୁନରଜନ୍ମ ପାଇବନି ମୁକ୍ତି ପାଇଗଲା ସିଏ l ଚନ୍ଦନ ଯାତ୍ରାରେ ୮୪ ଘେରା , ରଥରେ ୮୪ ଚକ l ନିଜକୁ ବି ଟିକେ ଦେଖ ଆମେ ସମସ୍ତେ ଭି ହଲେ ୮୪ ବା ଆମେ ହେଲେ ସାଢେ ୩ ହାତ ଉଚ୍ଚ l ପ୍ରତ୍ୟକ ମଣିଷ ତା ନିଜ ହାତର ସାଢେ ୩ ହାତ ଉଚ୍ଚ ବା ୭ ଚାଖଣ୍ଡେ l ଗୋଟେ ଚାଖଣ୍ଡେ ୧୨ ଆଙ୍ଗୁଳି ୧୨×୭ =୮୪ ଆଙ୍ଗୁଳି ଆମର ଉଚ୍ଚତା ପାଦ ଠାରୁ ମୁଣ୍ଡ ଯାଏ l ନିଜ ଆଙ୍ଗୁଳିରେ ମାପିଦେବେ ୮୪ ଆଙ୍ଗୁଳି ଆସିବ ତା ଠୁ ଅଧିକା ନୁହେଁ l ହେ ୮୪ ଆଙ୍ଗୁଳି ବିଶିଷ୍ଟ ମଣିଷ ଏ ୮୪ ପ୍ରକାର ଭ୍ରମଣ କରୁଥିବା ବା ଭ୍ରମୁଥିବା ଭଉଁରୀ ଯାତ୍ରାକୁ ଯିଏ ଦେଖିବ ସେ ଯୋନି ଜନ୍ମ ପାଇବନି ମୁକ୍ତି ପାଇଜିବ l

hiranchal ad1
Leave A Reply

Your email address will not be published.

3 × 5 =