ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ; ୩ ସାର୍ପ ସୁଟର ଗିରଫ

0 52

କୋଲକତା- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ ଘଟଣାରେ ବିହାରର ବକ୍ସରରୁ ୩ଜଣଙ୍କୁ ଅଟକ ରଖାଯାଇଛି। ଏନେଇ ବିହାର ପୁଲିସ ସୂଚନା ଦେଇଛି।

hiring

ସୂଚନା ଅନୁସାରେ ପଶ୍ଚିମବଙ୍ଗ ଏସଟିଏଫ ବକ୍ସରରୁ କୁଖ୍ୟାତ ଅପରାଧୀ ସାର୍ପ ସୁଟର ବିଶାଲ ଶ୍ରୀବାସ୍ତବଙ୍କ ସମେତ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ ରଖିଛି। ଗିରଫ ପରେ ସେମାନଙ୍କୁ ପଶ୍ଚିମବଙ୍ଗ ନେଇଛି ଏସଟିଏଫ। ବକ୍ସରରେ ବିଶାଲଙ୍କ ବିରୁଦ୍ଧରେ ହତ୍ୟା ଏବଂ ଡକାୟତି ସମେତ ୨୨ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ଗିରଫ ଅନ୍ୟ ଦୁଇଜଣ ହେଲେ ମୟଙ୍କ ମିଶ୍ର ଏବଂ ଭିକି ମୌର୍ଯ୍ୟ।
ବକ୍ସର ଏସପି ଶୁଭମ ଆର୍ଯ୍ୟ ନିଶ୍ଚିତ କରିଛନ୍ତି ଯେ ପଶ୍ଚିମବଙ୍ଗ ପୁଲିସ ଦଳ ବକ୍ସରରେ ଚଢାଉ କରିଛି। କିଛି ସନ୍ଦିଗ୍ଧଙ୍କୁ ଘଟଣାରେ ଅଟକ ରଖି ପଚରାଉଚରା ପାଇଁ ପଶ୍ଚିମବଙ୍ଗ ଆଣିଛି। କଲକତା ନିକଟ ଏକ ଟୋଲ୍ ବୁଥରେ ଆକ୍ରମଣକାରୀଙ୍କ ଦ୍ୱାରା କରାଯାଇଥିବା ୟୁପିଆଇ ପେମେଣ୍ଟକୁ ପୁଲିସ ଟ୍ରାକ୍ କରିବା ପରେ ଗିରଫ କରାଯାଇଛି।

୬ମେ ରାତି ପ୍ରାୟ ୧୦ଟାରେ ଚନ୍ଦ୍ରନାଥ ଘରକୁ ଫେରୁଥିବା ସମୟରେ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ତାଙ୍କ ଏସୟୁଭିର ଆଗ ସିଟରେ ବସିଥିଲେ। ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଥିବା ତାଙ୍କ ଘରଠାରୁ ୨୦୦ ମିଟରରୁ କମ୍ ଦୂରରେ ଥିଲେ। ତାଙ୍କ ଡ୍ରାଇଭର ବୁଦ୍ଧଦେବ ବେରା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି।

hiranchal ad1
Leave A Reply

Your email address will not be published.

16 − ten =