ନିଟ୍ ୟୁଜି ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର

0 77

ନୂଆଦିଲ୍ଲୀ; ନିଟ୍ ୟୁଜି ପରୀକ୍ଷାକୁ ବଡ଼ ଖବର ସାମ୍ନାକୁ ଆସିଛି । ଆସନ୍ତା ଜୁନ୍ ୨୧ରେ ପୁଣି ଥରେ ହେର ନିଟ୍ ୟୁଜି ପରୀକ୍ଷା । ଏନଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୂଆ ତାରିଖ ଘୋଷଣା କରିଛି । ମେ’ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଯୋଗୁଁ ବାତିଲ କରାଯାଇଥିଲା । ଏହି ପରୀକ୍ଷାରେ ୨୨ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ, ତେଣୁ ବର୍ତ୍ତମାନ ସମସ୍ତ ପ୍ରାର୍ଥୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡିବ । ବର୍ତ୍ତମାନ, ଜୁନ୍ ୨୧ରେ ପୁଣି ନିଟ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

hiring

 ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପୁନଃପରୀକ୍ଷା ନେଇ ତାରିଖ ଘୋଷଣା କରିଛି । ଏକ୍ସରେ ଏକ ପୋଷ୍ଟରେ, NTA ଲେଖିଛି, “ଭାରତ ସରକାରଙ୍କ ଅନୁମୋଦନ ସହିତ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜୁନ୍ ୨୧,୨୦୨୬ ରବିବାର NEET (UG) ପରୀକ୍ଷା ପୁନଃନିର୍ଦ୍ଧାରିତ କରିଛି । ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ ଗୁଜର ଉପରେ ବିଶ୍ୱାସ ନକରି କେବଳ ସରକାରୀ NTA ଚ୍ୟାନେଲ ଉପରେ ନିର୍ଭର କରିବାକୁ ଅନୁରୋଧ କରାଯାଇଛି।” NTA ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି । ପ୍ରାର୍ଥୀମାନେ ଯେକୌଣସି ସୂଚନା ପାଇଁ ୦୧୧୪୦୭୫୯୦୦୦ କିମ୍ବା ୦୧୧-୬୯୨୨୭୭୦୦ରେ ଯୋଗାଯୋଗ କରିପାରିବେ। [email protected] ଇମେଲ ମାଧ୍ୟମରେ ମଧ୍ୟ ସୂଚନା ପାଇପାରିବେ।

hiranchal ad1
Leave A Reply

Your email address will not be published.

3 × 5 =