ବାଲିଗୁଡ଼ା: କନ୍ଧମାଳ ପୋଲିସ୍ ପକ୍ଷରୁ ଚାଲିଛି ସ୍ପେସାଲ୍ ଡ୍ରାଇଭ୍ । ଦେଶୀ ବନ୍ଧୁକ ଧରପଗଡ଼ରେ ବ୍ୟବସାୟୀ ଓ ଶିକାରୀଙ୍କ ନିଦ ହଜାଇଲାଣି ପୋଲିସ୍ । ମାସକ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୪୨ ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଏଥିସହିତ ଜିଲ୍ଲାର ତୁମୁଡ଼ିବନ୍ଧ, ବ୍ରାହ୍ମଣୀଗାଁ ଓ ଚକାପାଦ ଥାନା ଅଞ୍ଚଳରେ ୩ଟି ଦେଶୀ ବନ୍ଧୁକ କାରଖାନାକୁ ନଷ୍ଟ କରାଯାଇଛି । ତୁମୁଡ଼ିବନ୍ଧ ଥାନା ଅଞ୍ଚଳରୁ ସର୍ବାଧିକ ୧୮ ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ଜଣାପଡ଼ିଛି । ଅଧିକାଂଶ ଅଞ୍ଚଳରେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ଏହି ସବୁ ଦେଶୀ ବନ୍ଧୁକ ବ୍ୟବହାର କରାଯାଉଥିବା ଜଣାପଡ଼ିଛି । ଏହି ଅପରେସନ୍ ଆଗାମୀ ଦିନରେ ମଧ୍ୟ ଯାରି ରହିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେ ।
