ଭୟଙ୍କର ଦୁର୍ଘଟଣା, ଚାଲିଗଲା ୬ ଜୀବନ

0 88

ପୁରୁଷୋତ୍ତମପୁର :  ବସ୍ ଓ ଅଟୋ ମୁହାମୁହିଁ ଧକ୍କାରୁ ଅଟୋରେ ବସିଥିବା ୧୦ ଜଣଙ୍କ ମଧ୍ୟରୁ ୨ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି।
ପାଟପୁର ଥାନା ଅନ୍ତର୍ଗତ ଏରେଣ୍ଡ ଗ୍ରାମର ୧୦ଜଣ ମିଶି ପୁରୁଷୋତ୍ତମପୁର ସିକୁଳା ରାସ୍ତା ଦେଇ ସିଂହାସନ ଯିବା ସମୟରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡକା ପଲ୍ଲି ଗ୍ରାମ ନିକଟ ଏକ ବାଙ୍କ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ଡାଇମଣ୍ଡ ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ଅଟୋଟି ଚୁରମାର ହେବା ସହ ଅଟୋ ଏକ ନିମ ଗଛ ପଛପଟେ ଲାଗି ଯିବାରୁ ଅଟୋ ଚାପି ହୋଇ ଘଟଣାସ୍ଥଳରେ ୨ ମୃତ୍ୟୁ ବରଣ କରିଥିବା ବେଳେ କୋଡୋଲ ମେଡିକାଲରେ ୪ ଜଣ ଏହିପରି ମୋଟ ୨ ଶିଶୁ ସମେତ ୬ ଜଣ ମୃତ୍ୟୁ ବରଣ କରିଛନ୍ତି। କୋଡୋଳ ଦମକଳ ବାହିନୀ ମୃତ ଓ ଆହତମାନଙ୍କୁ କୋଦୋଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପୁଲିସ ଏସଡିପିଓ ସୁଜିତ୍ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଫୋର୍ସ ମୃତୟନ କରିବା ସହ କୋଦୋଳା ମେଡିକାଲକୁ ଯାଇ ତଦନ୍ତ ଚଳାଇଛି। ବସ୍ ଓ ଅଟୋ ଜବତ କରାଯାଇଛି।

hiranchal ad1
Leave A Reply

Your email address will not be published.

seventeen − 17 =