ବିଳମ୍ବ ହେବ ମୌସୁମୀ ପହଞ୍ଚିବା, ଭୁଲ୍ ହେଲା ଆକାଳନ

0 74

ନୂଆଦିଲ୍ଲୀ : ଚଳିତବର୍ଷ ସୁପର ଏଲ୍-ନିନୋ ପ୍ରଭାବରେ ମୌସୁମୀ ବର୍ଷା ଅନିୟମିତ ଓ କମିବା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଆରମ୍ଭରୁ ଠକିଛି ମୌସୁମୀ । ମେ’ ୨୬ ବେଳକୁ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । କିନ୍ତୁ, ଛୁଇଁବା ତ ଦୂର କଥା, କେରଳ ଆଖପାଖରେ ମୌସୁମୀର ଚିହ୍ନବର୍ଣ୍ଣ ନାହିଁ ।

hiring

ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳ ପାଖରେ ଅଟକିଛି ମୌସୁମୀ । ତାଜା ପୂର୍ବାନୁମାନ ହେଲା-ଆସନ୍ତା ୨୮ରୁ ଜୁନ୍ ୩/୪ ସୁଦ୍ଧା ମୌସୁମୀ କେରଳ ଉପକୂଳରେ ପହଞ୍ଚିପାରେ । ଆସନ୍ତା ୨-୩ ଦିନ ଭିତରେ ମୌସୁମୀ ଦକ୍ଷିଣ ପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗର, ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୁର୍ବ ଓ ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ସହ ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗରର ବାକି ଅଞ୍ଚଳକୁ ବ୍ୟାପିଯିବ । କେରଳକୁ ମୌସୁମୀ ସ୍ପର୍ଶ କରିବାର ସ୍ୱାଭାବିକ ସମୟ ଜୁନ୍ ୧ । ଏଥର ୫ ଦିନ ଆଗରୁ ମୌସୁମୀ ପହଞ୍ଚିବା ନେଇ ପୂର୍ବାନୁମାନ ହୋଇଥିଲା । ଏବେ ମୌସୁମୀ ଆଗମନ ବିଳମ୍ବିତ ହେବା ଆକଳନ କରାଯାଉଛି ।

hiranchal ad1
Leave A Reply

Your email address will not be published.

4 × 3 =