ବର୍ଷାକୁ ନେଇ ଆଇଏମଡି ଡିଜିଙ୍କ ବଡ ସୂଚନା, ଓଡିଶା ଚାଷୀ ଛାନିଆ

0 83

ଭୁବନେଶ୍ଵର : ଏଥର ଓଡ଼ିଶାରେ କମ୍ ବର୍ଷା ଆକଳନ। ଜୁନ୍‌ ରୁ ସେପ୍ଟେମ୍ଵର ମଧ୍ୟରେ ସ୍ଵାଭାବିକ ଠାରୁ କମ୍ ବର୍ଷା ହେବ। ଜୁନ୍‌ ରେ ସ୍ଵାଭାବିକ ଠାରୁ ୯୨ ପ୍ରତିଶତ କମ୍ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଦେଶର ମଧ୍ୟ ଭାଗରେ ୯୪% କମ୍ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେପଟେ ୧୬ ତାରିଖରେ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁ ସାରିଛି। ଏଲ୍-ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟୱେଭ୍ ସତର୍କତା ଜାରି କରାଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ପୂର୍ବୋତ୍ତର ଭାରତରେ ସ୍ଵାଭାବିକ ବର୍ଷା ହେବ। ସେହିପରି ମଧ୍ୟପ୍ରଦେଶର, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ସ୍ଵାଭାବିକ ଠାରୁ କମ୍ ବର୍ଷା ହେବ। ଏଥର ମୌସୁମୀର କୋର୍ ଅଞ୍ଚଳରେ ବି କମ୍ ବର୍ଷା ହେବ। ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତେଲେଙ୍ଗାନା ଏବଂ ତାମିଲନାଡୁର କିଛି ଅଞ୍ଚଳରେ ଭୟଙ୍କର ହିଟୱେଭ୍ ଅନୁଭୂତ ହେବ। ରାଜସ୍ଥାନ ଏବଂ ଝାଡ଼ଖଣ୍ଡରେ ସ୍ଵାଭାବିକ ଠାରୁ କମ୍ ହିଟୱେଭ୍ ଅନୁଭୂତ ହେବ।
ଏହାଦ୍ଵାରା ଖରିଫ୍ ଚାଷ ପ୍ରଭାବିତ ହେବ। ଧାନ ବୁଣା ବେଳେ ଜଳ ସଙ୍କଟ ଦେଖାଦେବ। ବିଜୁଳି ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ। ତେଣୁ ଜଳ ସଂରକ୍ଷଣ, ମରୁଡ଼ି ପ୍ରନ୍ଧନ, ଏବଂ ଫସଲ ବୀମା କରିବା ପାଇଁ ସବୁ ରାଜ୍ୟଙ୍କୁ ଆଇଏମଡି ପରାମର୍ଶ ଦେଇଛି।

hiranchal ad1
Leave A Reply

Your email address will not be published.

one × 4 =