ପାହାଡପୁରରେ ପ୍ରଧାନମନ୍ତ୍ରୀ ମୋଦୀ

0 84

ଭୁବନେଶ୍ୱର : ମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପାହାଡପୁର ହେଲିପାଡରେ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ। ଏମଆଇ-୧୭ ହେଲିକପ୍ଟର ଯୋଗେ ପାହାଡପୁରରେ ପହଞ୍ଚିଛନ୍ତି। ପୂର୍ବରୁ ପାହାଡପୁରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ପାହାଡ଼ପୁର ଗ୍ରାମ ପରିଦର୍ଶନ କରିବେ। ଏହାପରେ ଉଭୟ ନେତୃତ୍ୱ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା, ଦକ୍ଷତା କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଏହି ଗସ୍ତ ଆଦିବାସୀ ବହୁଳ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ଶିକ୍ଷାଗତ ସୁଯୋଗ, ଦକ୍ଷତା ବିକାଶ ଏବଂ ସାମାଜିକ-ଆର୍ଥିକ ସଶକ୍ତୀକରଣକୁ ସୁଦୃଢ଼ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତି ରାଇରଙ୍ଗପୁର ତଥା ମୟୂରଭଞ୍ଜ ଜିଲାବାସୀଙ୍କ ପାଇଁ ଏକ ସ୍ବର୍ଣ୍ଣିମ ଇତିହାସ।

hiranchal ad1
Leave A Reply

Your email address will not be published.

nineteen − nine =