ଦେଶବ୍ୟାପୀ ଲାଗୁ ହେଲା ଭିବି-ଜି ରାମ ଜି ଅଧିନିୟମ

0 77

ନୂଆଦିଲ୍ଲୀ: ଗ୍ରାମୀଣ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା, ସେମାନଙ୍କ ରୋଜଗାରକୁ ନିଶ୍ଚିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ବିକଶିତ ଭାରତ-ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ) ବା ଭିବି-ଜି ରାମ ଜି ଅଧିନିୟମକୁ ବୁଧବାର (ଜୁଲାଇ ୧)ରୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଇଛି। ଏହି ଅଧିନିୟମ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟକୁ ସାକାର କରିବା ଦିଗରେ ସହାୟକ ହେବ। ଏହାଦ୍ବାରା ଗ୍ରାମାଞ୍ଚଳର ନିରନ୍ତର ବିକାଶ ସହିତ ଭିତ୍ତିଭୂମି ମଜଭୁତ ହେବ। ଏହି ଆଇନ ଅଧୀନରେ ଗ୍ରାମାଞ୍ଚଳର ଲୋକଙ୍କୁ ବାର୍ଷିକ ୧୨୫ ଦିନର କର୍ମନିଯୁକ୍ତି ଯୋଗାଇ ଦେବାର ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ପୁର୍ବରୁ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନାରେ ପରିବର୍ତ୍ତନ କରାଯାଇ ଏହି ନୂଆ ଆଇନ ପ୍ରଣୟନ କରାଯାଇଛି। ପୂର୍ବ ଆଇନରେ ବାର୍ଷିକ ୧୦୦ ଦିନର ନିଯୁକ୍ତି ପ୍ରଦାନ କରାଯାଉଥିବାବେଳେ ନୂଆ ଆଇନରେ ଏହାକୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ଗ୍ରାମୀଣ ପରିବାରକୁ ଅଧିକ ନିଯୁକ୍ତି ସୁଯୋଗ ମିଳିବା ସହିତ ସେମାନଙ୍କ ଆର୍ଥିକ ସୁରକ୍ଷାକୁ ନିଶ୍ଚିତ ହୋଇପାରିବ।

hiranchal ad1
Leave A Reply

Your email address will not be published.

5 × four =