ଓଡ଼ିଶାରେ ମୌସୁମୀ ପୂରା ସକ୍ରିୟ, ପ୍ରବଳ ବର୍ଷା ସମ୍ଭାବନା

0 95

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜାରି ରହିଛି ତୁହାକୁ  ତୁହା ବର୍ଷା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା  ଢାଳିଛି । ପାଣିପାଗ ପୂର୍ବାନୁମାନ ଯାହା, ଲଘୁଚାପ ଆହୁରି ଘନୀଭୂତ ହେବ । ଏହା  ପ୍ରଭାବରେ ଆସନ୍ତା ୫/୬  ତାରିଖ ପର୍ଯ୍ୟନ୍ତ ରାଜ୍ୟର  ଲଗାଣ ବର୍ଷା ସମ୍ଭାବନା ଅଛି ।  ଏହା ପରେ ବର୍ଷା ପ୍ରକୋପ  କମିବ । କିନ୍ତୁ, ପାଗ ପୂରା ଶୁଖିଯିବନି । କିଛି କିଛି ସ୍ଥାନରେ ବର୍ଷା ରହିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ  ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

hiring

ଆଗାମୀ ୨ ଦିନ ଭିତରେ ଏହା ଆହୁରି ଘନୀଭୂତ ହେବା ସମ୍ଭାବନା ଅଛି । ଏପଟେ  ଓଡ଼ିଶାରେ ମୌସୁମୀ ପୂରା ସକ୍ରିୟ ରହିଛି । ଗତ ୨୪ ଘଣ୍ଟା ଭିତରେ  ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିବାବେଳେ  ବରଗଡ଼, ସମ୍ବଲପୁର, ସୋନପୁର, କନ୍ଧମାଳ, ବଲାଙ୍ଗୀର,  ମାଲକାନଗିରି, କେନ୍ଦୁଝର, ଝାରସୁଗୁଡ଼ା ଓ କଟକର ଗୋଟିଏ ଦୁଇଟି  ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁ  ମାଲକାନଗିରି କାଲିମେଳାର ପିତାପଲ୍ଲୀଘାଟୀରେ ପାହାଡ଼ରୁ ମାଟି ଅତଡ଼ା  ଧସିଛି । ରାସ୍ତାରେ ଗଛ, ମାଟି, ପଥର ପଡ଼ି ରହିବାରୁ ୫ଟି ଗାଁକୁ ସନ୍ଧ୍ୟା  ପର୍ଯ୍ୟନ୍ତ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ଥିଲା । କୋରାପୁଟର ଲମତାପୁଟରେ  ବି ଲଗାଣ ବର୍ଷାରେ ରାସ୍ତାରେ ମାଟି ଅତଡ଼ା ଧସିବା ସହ ବହୁ ଗଛ  ଉପୁଡ଼ି ପଡ଼ିଛି । କନ୍ଧମାଳରେ ପ୍ରବଳ ବର୍ଷା ଯୋଗୁ ଦୁଇଦିନ (ଗୁରୁବାର,  ଶୁକ୍ରବାର) ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୋନପୁରରେ ବର୍ଷା  ପାଣି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଛି । ଭୁବନେଶ୍ୱରରେ ମଧ୍ୟ  ବିଭିନ୍ନ ରାସ୍ତାରେ ଆଜି ପାଣି ଚାଲିଥିଲା । କଟକ ଭୁଆଶୁଣିପଡ଼ାରେ  ପ୍ରବଳ ବର୍ଷା ପାଇଁ  ୬ ଲେନ୍‌ ରାସ୍ତା ଦବିଥିବା ଖବର ଆସିଛି ।    

hiranchal ad1
Leave A Reply

Your email address will not be published.

eleven − 3 =