ସୌମ୍ୟ ହତ୍ୟା ମାମଲା: ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

0 87

ଭୁବନେଶ୍ୱର : ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌ ଜେଲ୍‌ରେ ପହଞ୍ଚି ମାମଲାରେ ଗିରଫ ହୋଇଥିବା ୨୦ ଜଣ ଅଭିଯୁକ୍ତଙ୍କୁ ଜେଲ୍‌ ଭିତରେ ପଚରାଉଚରା କରିଛନ୍ତି।

hiring

କ୍ରାଇମବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଟିମ୍‌ ଅଭିଯୁକ୍ତମାନଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଜେରା କରିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡର ପୃଷ୍ଠଭୂମି, ଷଡ଼ଯନ୍ତ୍ର, ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଭୂମିକା ଏବଂ ପୂର୍ବରୁ ମିଳିଥିବା ତଥ୍ୟର ସତ୍ୟତା ଯାଞ୍ଚ କରିବା ଉଦ୍ଦେଶ୍ୟରେ ଏହି ପଚରାଉଚରା କରାଯାଇଛି।

ସୂତ୍ରରୁ ପ୍ରକାଶ ଯେ, ତଦନ୍ତ ସମୟରେ ମିଳିଥିବା କିଛି ନୂଆ ତଥ୍ୟକୁ ଆଧାର କରି କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ଜେରା କରୁଛି। ପଚରାଉଚରାରୁ ମିଳୁଥିବା ସୂଚନାକୁ ଅନ୍ୟାନ୍ୟ ପ୍ରମାଣ ସହ ମେଳ କରାଯାଇ ତଦନ୍ତକୁ ଆଗକୁ ବଢ଼ାଯିବ ବୋଲି ଜଣାପଡ଼ିଛି।

hiranchal ad1
Leave A Reply

Your email address will not be published.

14 + ten =