ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୭୭ ତମ ବନ ମହୋତ୍ସବ ପାଳିତ

0 87

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ଜୁଲାଇ ୧ ତାରିଖରୁ ୭ ତାରିଖ ଯାଏଁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ବନ ବିଭାଗ ପକ୍ଷରୁ ବିଭିନ୍ନ ଖାଲି ସ୍ଥାନ ଓ ଶିକ୍ଷାନୁଷ୍ଠାନରେ ବନ ମହୋତ୍ସବ ପାଳନ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ବାଲିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳନ ଅବସରରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତି ପ୍ରଣିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ ଓ ପରିବେଶର ସୁରକ୍ଷା ଓ ଉପକାରୀତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଆଲୋକପାତ କରିବା ସହ ମା ପାଇଁ ଗଛଟିଏ ଉଦ୍ଦେଶ୍ୟରେ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଡିଏଫ୍ଓ ଘନଶ୍ୟାମ ମହନ୍ତ, ତହସିଲଦାର ଦିପ୍ତିପ୍ରକାଶ ବେହେରା, ବିଡ଼ିଓ ଅକ୍ଷୟ ମଲ୍ଲିକ, ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଡି.ସୁବାସ,ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ତୀର୍ଥବାସୀ ଘଡ଼ାଇଙ୍କ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଗୁରୁଜୀ ଗୁରୁମାଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ସାମିଲ୍ ହୋଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

12 + four =