କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି

0 79

ଭୁବନେଶ୍ୱର: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଖୁବ୍‌ଶୀଘ୍ର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର  ଜାରି କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।

hiring

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ‘ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି’ ଯୋଜନା ଅନ୍ତର୍ଗତ ସରକାରୀ  ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ଶୁଳ୍କ ଛାଡ଼ କରାଯାଇଛି। ଏହି ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ସହ ଛାତ୍ରୀଛାତ୍ର ଓ ଅନୁଷ୍ଠାନଗୁଡ଼ିକର ସମସ୍ତ ସନ୍ଦେହ ଦୂର କରିବା ପାଇଁ ବିସ୍ତୃତ ଏସ୍‌ଓପି ପ୍ରକାଶ କରାଯିବ।
ସେ ଆହୁରି କହିଛନ୍ତି ଯେ, ୬୬୨ ଓ ୪୮୮ ବର୍ଗର ଅନୁଦାନପ୍ରାପ୍ତ କଲେଜଗୁଡ଼ିକୁ ମଧ୍ୟ ସରକାର ଆବଶ୍ୟକ ଅର୍ଥ ପ୍ରଦାନ କରିବେ। ପୂର୍ବରୁ ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ଯେଉଁ ଅର୍ଥ ପ୍ରଦାନ କରୁଥିଲେ, ସେହି ଅର୍ଥ ସରକାର ବହନ କରିବେ। ଫଳରେ ଛାତ୍ରୀଛାତ୍ରୀ ଉପରେ କୌଣସି ଆର୍ଥିକ ବୋଝ ପଡ଼ିବ ନାହିଁ।
ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାରଙ୍କ ଲକ୍ଷ୍ୟ ହେଉଛି ଆର୍ଥିକ ସମସ୍ୟା ଯୋଗୁଁ କୌଣସି ଛାତ୍ରୀଛାତ୍ର ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି। ତେଣୁ ନାମଲେଖା ଶୁଳ୍କ ବାବଦରେ ଯେଉଁ ଅର୍ଥ ଛାଡ଼ କରାଯାଇଛି, ତାହା ସରକାର ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରିବେ। ଏହାଦ୍ୱାରା ନାମଲେଖା ପ୍ରକ୍ରିୟା ସ୍ୱଚ୍ଛ ଓ ନିରବିଘ୍ନ ଭାବେ ସମ୍ପନ୍ନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

hiranchal ad1
Leave A Reply

Your email address will not be published.

eighteen + 4 =