ଭାରତୀୟ ଦଳର ନୂଆ ଫିଲ୍ଡିଂ କୋଚ ହେଲେ ଶୁଭଦୀପ

0 73

ନୂଆଦିଲ୍ଲୀ: ଭାରତୀୟ ଦଳର ନୂଆ ଫିଲ୍ଡିଂ କୋଚ ଭାବେ ଶୁଭଦୀପ ଘୋଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗାମୀ ଶ୍ରୀଲଙ୍କା ଗସ୍ତରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ଭାରତୀୟ ଦଳ ସହ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟ କରିଥିବା ଟି ଦିଲ୍ଲୀପଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଶୁଭଦୀପଙ୍କୁ ବିସିସିଆଇ ନୂଆ ଫିଲ୍ଡିଂ କୋଚ ଭାବେ ନିଯୁକ୍ତି ଦେଇଛି । ଶୁଭଦୀପ ପୂର୍ବରୁ ଆସାମ ଓ ରେଳବାଇ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଛନ୍ତି । ଅବସର ପରେ ସେ କୋଚ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ୧୯ ବର୍ଷରୁ କମ୍‌ ବିଶ୍ୱକପ ଦଳ ଓ ମହିଳା ଦଳ ସହ କାର୍ଯ୍ୟ କରିସାରିଛନ୍ତି ।

hiranchal ad1
Leave A Reply

Your email address will not be published.

3 + twelve =