ଲକ୍ ଡାଉନ୍ ପ୍ରଭାବିତ ହରିଶଙ୍କର ମନ୍ଦିର ପୂଝାରୀ ପରିବାର

0 146


ପାଟଣାଗଡ଼ :ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ପୀଠ ତାଲା ଯୋଗୁଁ ମନ୍ଦିର ପୂଝାରୀ ପରିବାର ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି।। ଆର୍ଥିକ ସଂକଟ ଯୋଗୁଁ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହେଉଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ନାନ୍ଦୁପଲା ଗାଁ ର ପୂଝାରୀ ପରିବାର ପୂର୍ବ ପୁରୁଷା ରୁ ହରିଶଙ୍କର ମନ୍ଦିର ରେ ପୂଜାର୍ଚ୍ଚନା କରିଆସୁଛନ୍ତି। ମନ୍ଦିର ଦେବତ୍ତୋର ବିଭାଗ ଅଧିନରେ ଥିଲେ ମଧ୍ୟ ପୂଜକ ମାନଙ୍କୁ କିଛି ସହାୟତା ରାଶି ମିଳୁନଥାଏ ।। କେବଳ ଭକ୍ତ ଦର୍ଶନ କରିଥିବା ଟଙ୍କା କୁ ପୂଝାରୀ ମାନେ ଭାଗବଣ୍ଟା କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ହେଲେ ଦୀର୍ଘ ଦିନ ହେବ ମନ୍ଦିର ରେ ତାଲା ବନ୍ଦ ଓ ଦର୍ଶନ ପାଇଁ ଭକ୍ତମାନଙ୍କୁ କରାଯାଇଥିବା ରୁ ହରିଶଙ୍କର କୁ କେହି ଆସୁନାହାନ୍ତି। ଫଳରେ ପୂଜକ ମାନଙ୍କ ଦୂର୍ଦଶା ଦ୍ଵିଗୁଣିତ ହୋଇ ପଡ଼ିଛି । ପରିବାର ଚଳାଇବା ରେ ଆର୍ଥିକ ସଂକଟ ଯୋଗୁଁ ଚିନ୍ତିତ ହୋଇପଡ଼ିଛନ୍ତି । ଏନେଇ ମନ୍ଦିର ପ୍ରଶାସନ ଙ୍କୁ ମଧ୍ୟ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଆଗକୁ ଏମିତି ସ୍ଥିତି ଲାଗି ରହିଲେ ଭୟଙ୍କର ହେବ ବୋଲି ଆଶଂକା ଦେଖା ଯାଉଛି । ଏଣୁ ପୂଜକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମନ୍ଦିର ପୂଜକ ନୃସିଂହ ପୂଝାରୀ , ତ୍ରିନାଥ ପୂଝାରୀ , ରମେଶ ପୂଝାରୀ , ଶ୍ରୀ ପତି ପାଣିଗ୍ରାହୀ , ଦେବରାଜ ପୂଝାରୀ , ସଂଜୀବ ପାଣିଗ୍ରାହୀ , କମଳା କାନ୍ତ ପାଣିଗ୍ରାହୀ , ସୁଦାମ ପାଣିଗ୍ରାହୀ ,ପଞ୍ଚାନନ ପୂଝାରୀ ଙ୍କ ସମେତ ଅନ୍ୟ ମାନେ ଦାବି କରିଛନ୍ତି ।।

hiranchal ad1
Leave A Reply

Your email address will not be published.

four + nineteen =