ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

0 109

ଭୁବନେଶ୍ଵର, : ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ରଥଯାତ୍ରାକୁ intangible cultural heritage of humanity ମାନ୍ୟତା ଦେବାକୁ ସେ ଦାବି କରିଛନ୍ତି। 

hiring

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୟୁନେସ୍କୋ ତାଲିକାରେ ସାମିଲ ହେଲେ ବିଶ୍ଵସ୍ତରରେ ରଥଯାତ୍ରାର ଗୁରୁତ୍ଵ ବଢିବ। ଶ୍ରୀମନ୍ଦିର ପ୍ରଶାସନ ଏନେଇ ଦସ୍ତାବିଜ ଦାଖଲ କରିସାରିଛି। ରଥଯାତ୍ରା ବିଶ୍ଵ ଭାତୃତ୍ଵ ଓ ମାନବୀୟ ମୂଲ୍ୟବୋଧର ବାର୍ତ୍ତା ଦିଏ। 

ଗତ ଅଗଷ୍ଟ ୧ ତାରିଖରେ ଲେଖାଯାଇଥିବା ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ରଥଯାତ୍ରା ବିଶ୍ବ ଭାତୃତ୍ବ ଓ ମାନବୀୟ ମୂଲ୍ୟବୋଧର ବାର୍ତ୍ତା ଦିଏ । ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଭାରତର ସାଂସ୍କୃତିକ ବିବିଧତା, ସମାବେଶୀ ନୀତି, ଆଧ୍ୟାତ୍ମିକତା, ଶିଳ୍ପକଳା, ସଙ୍ଗୀତ, ନୃତ୍ୟ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରତିଫଳିତ କରୁଥିବା ଏକ କାଳଜୟୀ ପରମ୍ପରା। ଶତାବ୍ଦୀ ଶତାବ୍ଦୀ ଧରି ପାଳିତ ହୋଇଆସୁଥିବା ଏହି ମହାପର୍ବରେ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକ ସାମିଲ ହୋଇଥାନ୍ତି। ଏହା ଭାରତର ଜୀବନ୍ତ ଐତିହ୍ୟର ଏକ ପ୍ରମୁଖ ଉଦାହରଣ ବୋଲି ସେ ଦର୍ଶାଇଛନ୍ତି।

hiranchal ad1
Leave A Reply

Your email address will not be published.

16 + eight =