ରାଜ୍ୟରେ ପୁଣି କାଚିବ ବର୍ଷା, ଜାରି ସତର୍କ ସୂଚନା

0 91

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ  ଲଗାଣ ବର୍ଷା ଜାରି ରହିବ।  ସୋମବାର ସୁନ୍ଦରଗଡ଼, ସମ୍ବଲପୁର,  ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ  ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ଆକଳନ ଅନୁସାରେ ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରରେ ବିଭିନ୍ନ  ସ୍ଥାନରେ ବର୍ଷା ହୋଇପାରେ।  ଆଗାମୀ  ସପ୍ତାହ ପର୍ଯ୍ୟନ୍ତ  ପ୍ରବଳ ବର୍ଷା ଥିବାରୁ ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ସ୍ୱତନ୍ତ୍ର  ରିଲିଫ କମିଶନର(ଏସ୍‌ଆରସି) ସତର୍କ କରାଇଛନ୍ତି।

hiring

ତେବେ ଓଡ଼ିଶା ସମେତ ଆସନ୍ତା ୮  ତାରିଖ ଯାଏ ଛତିଶଗଡ଼ରେ ବି  ପ୍ରବଳ ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଛତିଶଗଡ଼ର ବିସ୍ତୃତ ଅଞ୍ଚଳରେ ମଧ୍ୟ ଆସନ୍ତାକାଲି ଠାରୁ  ୮ ତାରିଖ ଯାଏ  ଭୀଷଣ ବର୍ଷା ହୋଇପାରେ। 

ଅନ୍ୟପଟେ  ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ମହାନଦୀର ଜଳସ୍ତର ପୁଣି ବଢ଼ିବାର ସମ୍ଭାବନା ରହିଛି।  ଏଥିପାଇଁ ସତର୍କତା ସହ ଆଗୁଆ  ପ୍ରସ୍ତୁତି କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। 

hiranchal ad1
Leave A Reply

Your email address will not be published.

14 − 13 =