ଓଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ

0 84

ଭୁବନେଶ୍ୱର: ରାଜ୍ୟ ସରକାର ୮ ଜଣ ଓଏଏସ୍ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଦେବଦତ୍ତ ସୁରଞ୍ଜିତା ଜେନାଙ୍କୁ ଶକ୍ତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ଦାୟିତ୍ୱ ମିଳିଛି । ଜଳସମ୍ପଦ ବିଭାଗର ରଶ୍ମିରଞ୍ଜନ ନାୟକଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି । ସେ ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ । ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ରାଜ୍ୟ ସୂଚନା କମିଶନର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
ନିରୂପମା ସ୍ୱାଇଁଙ୍କୁ ରାଜସ୍ୱ ପର୍ଷଦର ଅତିରିକ୍ତ ସଚିବ ନିଯୁକ୍ତ କରାଯାଇଛି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) କାର୍ଯ୍ୟାଳୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଥିବା ସବିତା ମଲ୍ଲିକଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱ ମିଳିଛି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀଙ୍କୁ କୃଷି ବିଭାଗର ଯୁଗ୍ମ ଶାସନ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଉପଶାସନ ସଚିବ ଦେବାଶିଷ ପାତ୍ର ପିସିସିଏଫ୍ କାର୍ଯ୍ୟାଳୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

hiranchal ad1
Leave A Reply

Your email address will not be published.

two × 1 =