ରାଜଧାନୀରେ ରେକର୍ଡ ବର୍ଷା, ଆଜି ଏହି ସବୁ ଜିଲ୍ଲାରେ ହୋଇପାରେ ବଡ ବର୍ଷା

0 90

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଉପକୂଳରୁ ନେଇ ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ବିଭିନ୍ନ ସ୍ଥାନରେ ପୁଣି ଥରେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ବର୍ଷା ୧୦୭.୯ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଯାଜପୁରରେ ୧୦୬.୮ ମିମି, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ୧୦୦.୦ ମିମି, କଟକ ଜିଲ୍ଲା ମାହାଙ୍ଗାରେ ୯୨.୦ ମିମି, ଭଦ୍ରକରେ ୮୦.୦ ମିମି, ବାଲେଶ୍ୱରରେ ୭୪.୮ ମିମି ଓ ଜଗତସିଂହପୁରରେ ୭୨.୦ ମିମି ବର୍ଷା ରେକର୍ଡ କରାଯାଇଛି । 

hiring

ଆଜି ପାଇଁ ଉତ୍ତର ଓଡ଼ିଶାର ଦୁଇଟି ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ଦୁଇଟି ଜିଲ୍ଲାକୁ ୧୨ ସେମିରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ବାକି ୨୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହା ସହିତ ବିଜୁଳି ଘଡ଼ଘଡ଼ି ସହିତ ପବନର ବେଗ ଘଣ୍ଟା ପ୍ରତି ୩୦ କି.ମିରୁ ୪୦ କି.ମି ପର୍ଯ୍ୟନ୍ତ ରହିପାରେ ।  ସେହିପରି ଆସନ୍ତାକାଲି ପାଇଁ ୨୦ ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷାର ପରିମାଣ ୭ ସେଣ୍ଟିମିଟରରୁ ୧୧ ସେଣ୍ଟିମିଟର ରହିପାରେ 

hiranchal ad1
Leave A Reply

Your email address will not be published.

5 − two =