ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ଦିଲ୍ଲୀ ଗସ୍ତ

0 83

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ଦିଲ୍ଲୀ ଓ ଗୁରୁଗାଓଁ ଆୟୋଜିତ ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବେ । 

hiring

ରାଜ୍ୟରେ ଶିଳ୍ପ ଭିତ୍ତିଭୂମି, ଶିଳ୍ପର ସୁଯୋଗ,  ବିକାଶ ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଆଲୋଚନା ହେବ । ଏହି ଇନଭେଷ୍ଟର୍ସ ମିଟରେ ଓଡ଼ିଶାରେ ନିବେଶ କରିବାକୁ ବିଭିନ୍ନ ପୁଞ୍ଜିପତିଙ୍କୁ ରାଜ୍ୟ ସରକାର ଆମନ୍ତ୍ରଣ କରିବେ । ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ସରକାରଙ୍କ ଲକ୍ଷ୍ୟ ରହିବ । ଏହା ସହିତ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଓ ଗୁରୁଗାଓଁରେ ରୋଡ୍ ସୋ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଶିଳ୍ପ ସଚିବ ଦିଲ୍ଲୀ ଗସ୍ତ କରିବେ ।

hiranchal ad1
Leave A Reply

Your email address will not be published.

seventeen − six =