ଅବପାତରେ ପରିଣତ ହେଲା ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

0 85

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ସୋମବାର ସକାଳେ ଲଘୁଚାପ ଅବପାତର ରୂପ ନେଇଛି । ଅବପାତର କେନ୍ଦ୍ର ସ୍ଥଳ ବାଲେଶ୍ୱର ଠାରୁ ୧୮୦ କି.ମି. ଦୂରରେ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଡ଼କୁ ଅଗ୍ରସର ସମ୍ଭାବନା ରହିଛି ।
ଲଘୁଚାପ ଯୋଗୁଁ ଆଜି ପାଇଁ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ମାନଙ୍କରେ ମୂଷଳ ଧାରାରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଆଜି ସକାଳ ୮ଟା ୩୦ ମିନିଟ୍ ସୁଦ୍ଧା ବାଲେଶ୍ୱର ଭୋଗରାଇରେ ସର୍ବାଧିକ ୨୧୭.୦ ମିଲିମିଟର୍ ବର୍ଷା ରେକର୍ଡ ହୋଇଛି । ସେହିପରି ଭୋଗରାଇ ତଳକୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ସର୍ବାଧିକ ୧୬୪.୦ ମିମି ବର୍ଷା ହୋଇଥିବାବେଳେ କୁସୁମିରେ ୧୬୪.୦ ମିମି, କପ୍ତିପଦାରେ ୧୩୮.୦ ମିମି, ଯଶିପୁରରେ ୧୩୫.୦ ମିମି, ଶୁକୃଳିରେ ୧୩୪.୦ ମିମି, ରରୁଆଁରେ ୧୩୦.୦ ମିମି ଏବଂ ଉଦଳାରେ ୧୨୫.୮ ମିମି ବୃଷ୍ଟିପାତ ହୋଇଛି ।
କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ୧୨୧.୪ ମିମି, ସମ୍ବଲପୁରର ବାଟଗାଁରେ ୧୨୦.୦ ମିମି, ବଲାଙ୍ଗୀର ଦେଉଗାଁରେ ୧୦୪.୦ ମିମି ଓ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ ୬୫.୦ ମିମି ବର୍ଷା ହୋଇଛି ।

hiranchal ad1
Leave A Reply

Your email address will not be published.

8 − five =