ହୀରାକୁଦ ଖୋଲିଲା ଆଉ ୩ ଗେଟ୍‌

0 39

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଓ ଜଳଭଣ୍ଡାରକୁ ବଢ଼ୁଥିବା ଜଳପ୍ରବେଶକୁ ନଜରରେ ରଖି ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ଆଉ ୩ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଛନ୍ତି। ଏହାପରେ ମହାନଦୀର ଜଳ ନିଷ୍କାସନ ପାଇଁ ହୀରାକୁଦର ମୋଟ ୧୦ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଛି। ଏଥିରେ ବାମପାର୍ଶ୍ୱର ୭ଟି ଏବଂ ଡାହାଣପାର୍ଶ୍ୱର ୩ଟି ଗେଟ୍‌ ସାମିଲ ଅଛି।
ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ସହ କ୍ୟାଚ୍‌ମେଣ୍ଟ ଅଞ୍ଚଳରେ ଲଗାତାର ବର୍ଷା ହେଉଥିବାରୁ ଅତିରିକ୍ତ ଜଳକୁ ସୁରକ୍ଷିତ ଭାବେ ନିଷ୍କାସନ କରିବା ଓ ଜଳଭଣ୍ଡାରରେ ଜଳସ୍ତରକୁ ଉପଯୁକ୍ତ ସ୍ତରରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ସଦ୍ୟତମ ତଥ୍ୟ ଅନୁସାରେ, ତଳମୁଣ୍ଡର ବିଭିନ୍ନ ସ୍ଥାନରେ ଜଳପ୍ରବାହ ବେଶ୍‌ ଅଧିକ ରହିଛି। ଖଇରମାଳରେ ସର୍ବାଧିକ ୨,୪୧,୫୦୦ କ୍ୟୁସେକ୍‌ ଜଳପ୍ରବାହ ରେକର୍ଡ ହୋଇଛି। ସେଠାରେ ୩୧.୪ ମିମି ବର୍ଷା ହୋଇଥିବା ବେଳେ ଜଳପ୍ରବାହ ବଢ଼ୁଥିବା ଟ୍ରେଣ୍ଡ ରହିଛି। ସେହିପରି ମୁଣ୍ଡଳୀରେ ୧,୬୦,୯୩୮ କ୍ୟୁସେକ୍‌ ଏବଂ ବରମୂଳରେ ୧,୩୪,୦୦୦ କ୍ୟୁସେକ୍‌ ଜଳପ୍ରବାହ ରହିଛି। ପଥର୍ଲାରେ ୪୬,୯୬୩ କ୍ୟୁସେକ୍‌ ଏବଂ ବେଲଗାଁରେ ୧୭,୫୦୦ କ୍ୟୁସେକ୍‌ ଜଳପ୍ରବାହ ରେକର୍ଡ ହୋଇଛି।
ଉପରମୁଣ୍ଡରେ ମଧ୍ୟ ବର୍ଷାର ପରିମାଣ ଉଲ୍ଲେଖନୀୟ ରହିଛି। ବୁର୍ଲାରେ ୫୮.୬ ମିମି ଏବଂ ହୀରାକୁଦରେ ୪୩.୫ ମିମି ବର୍ଷା ହୋଇଛି। ଉପରମୁଣ୍ଡର ହାରାହାରି ବର୍ଷା ୪୦.୧୭ ମିମି ଥିବା ବେଳେ ତଳମୁଣ୍ଡର ହାରାହାରି ବର୍ଷା ୧୯.୬୨ ମିମି ରହିଛି। ମହାନଦୀ ବେସିନ୍‌ରେ ବର୍ଷା ଓ ଜଳପ୍ରବାହ ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଆଗାମୀ ସମୟରେ ଜଳସ୍ତର ଓ ବର୍ଷାର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ।

hiranchal ad1
Leave A Reply

Your email address will not be published.

8 − 2 =