ଢେଙ୍କାନାଳ କଲେଜ୍ ସ୍ୱୟଂ ଶାସିତ ମାନ୍ୟତା ୨୦୨୩ ପର୍ଯ୍ୟନ୍ତ ରହିଲା

0 95

ଢେଙ୍କାନାଳ: ଢେଙ୍କାନାଳ କଲେଜ୍ର ସ୍ୱୟଂ ଶାସିତ ମାନ୍ୟତା ୨୦୨୩ ପର୍ଯ୍ୟନ୍ତ ରହିଥିବାର ଏକ ଚିଠି ୟୁଜିସି ତରଫରୁ ଢେଙ୍କାନାଳ କଲେଜ୍କୁ ଆସିଥିବାରୁ ଢେଙ୍କାନାଳ ଜନସାଧାରଣ ଓ ଢେଙ୍କାନାଳ କଲେଜ ଛାତ୍ରଛାତ୍ରୀଙ୍କ ଭିତରେ ଆନନ୍ଦର ଲହରି ଖେଳିଯାଇଛି । ଏହି କିଛିଦିନ ତଳେ କଲେଜ୍ର ସ୍ୱୟଂ ଶାସିତ ମାନ୍ୟତା ଉଠିଯିବା ନେଇ ଢେଙ୍କାନାଳ କଲେଜ୍ର ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିବା ସହିତ ଆନ୍ଦୋଳନ କରିଥିଲେ । ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ଆନ୍ଦୋଳନ ସ୍ଥଳକୁ ଯାଇ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହିତ କଲେଜ୍ର ସ୍ୱୟଂ ଶାସିତ ମାନ୍ୟତ ନିଶ୍ଚିନ୍ତ ରହିବ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ସଙ୍ଗେ ସଙ୍ଗେ କଲେଜ୍ ଛାତ୍ରଛାତ୍ରୀଙ୍କ ଏକ ଦଶଜଣିଆ ଟିମ୍ ଓ କଲେଜ୍ ପ୍ରିନ୍ସିପାଲଙ୍କୁ ନେଇ ବିଧାୟକ ଶ୍ରୀ ସାମଲ ଭୁବନେଶ୍ୱର ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଉଚ୍ଚଶିକ୍ଷା ସଚିବ ଓ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ସାହୁ ସେହି ସମୟରେ ଢେଙ୍କାନାଳ କଲେଜ୍ର ସ୍ୱୟଂ ଶାସିତ ମାନ୍ୟତା ରହିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଉଦ୍ୟମ କରାଯିବ ବୋଲି ଶ୍ରୀ ସାମଲଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ । ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଢେଙ୍କାନାଳ କଲେଜ୍ ଗସ୍ତ କରି କଲେଜ୍ରେ ଥିବା ସମସ୍ତ ସୁବିଧା ଓ ଅସୁବିଧା ବିଷୟରେ ଜାଣିବା ପରେ ରାଜ୍ୟ ସରକାରଙ୍କ ତରଫରୁ ତା’ର ତୁରନ୍ତ ସମାଧାନ କରାଯାଇଥିଲା ଏବଂ ୟୁଜିସିକୁ ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ ମାଧ୍ୟମରେ ଏକ ଚିଠି ଢେଙ୍କାନାଳ କଲେଜର ସମସ୍ତ ସୁବିଧା ଥିବାରୁ ସ୍ୱୟଂ ଶାସିତ ମାନ୍ୟତା ରହିବା ପାଇଁ ଜଣାଇ ଦିଆଯାଇଥିଲା । ବିଧାୟକ ଶ୍ରୀ ସାମଲଙ୍କର ପ୍ରଚେଷ୍ଟା ଓ ତୁରନ୍ତ ପଦକ୍ଷେପ ପାଇଁ ଢେଙ୍କାନାଳ କଲେଜ୍ର ସ୍ୱୟଂ ଶାସିତ ମାନ୍ୟତା ୨୦୨୩ ପର୍ଯ୍ୟନ୍ତ ରହିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ଉଚ୍ଚଶିକ୍ଷାମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲଙ୍କୁ ଜିଲ୍ଲା ବିଜୁ ଜନତା ଦଳ କୃଷକ ସେଲ୍ ସଭାପତି ନରୋତମ ସାହୁ, ମହିଳା ବିଜେଡି ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଶଶିକାନ୍ତ ମିଶ୍ର, ଟାଉନ୍ ବିଜେଡି ସଭାପତି ଇନ୍ଦ୍ରମଣି ବେହେରା, ଯୁବ ବିଜେଡି ଉପସଭାପତି ବିନୋଦ ମହାନ୍ତି, ବିଜେଡି ଆଇଟି ସେଲ୍ ସଂଯୋଜକ ଗଙ୍ଗାଧର ରାଉତ, ଯୁବ ବିଜେଡି ଟାଉନ୍ ସଭାପତି ସଞ୍ଜିବ୍ ମଲ୍ଲିକ, ଟାଉନ୍ ଛାତ୍ର ବିଜେଡି ସଭାପତି ସୋନୁରାମ୍ ସିଂ, ମହିଳା ବିଜେଡି ଟାଉନ୍ ସଭାନେତ୍ରୀ ଶୁଭଲକ୍ଷ୍ମୀ ସାହୁ, ଢେଙ୍କାନାଳ କଲେଜ୍ ପୂର୍ବତନ ସଭାପତି ଲଗନ୍ ନାୟକ, ରଞ୍ଜନ ନାୟକ, ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ଭୂୟାଁ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ସଦର ବ୍ଲକ୍ ଅଧ୍ୟକ୍ଷା ପଦ୍ମିନୀ ନାଏକ, ଉପାଧ୍ୟକ୍ଷ ନରୋତମ ସାହୁ, ଗଁଦିଆ ବ୍ଲକ୍ ବିଜେଡି ସଭାପତି ବିଶ୍ୱନାଥ ଜେନା, ଗଁଦିଆ ବ୍ଲକ୍ ବିଜେଡି ଯୁବ ସଭାପତି ପ୍ରଦୀପ ରାଉତ, ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଅସ୍ରଫ୍ ଅଲ୍ଲି, ଯୁବ ସାଧାରଣ ସଂପାଦକ ଲଲାଟ ରଞ୍ଜନ ସାହୁ, ଅବିନାଶ ଜେନା, ଶ୍ରୀକାନ୍ତ ଧଳ, ଆଶୁତୋଷ କର, ରାଜୁ ପାଣ୍ଡେ, ନିରାକର ରାଉତ ପ୍ରମୁଖ ବିଜେଡି କାର୍ଯ୍ୟକର୍ତା ଓ ଢେଙ୍କାନାଳ କଲେଜ୍ର ଛାତ୍ର ପ୍ରଦ୍ୟୁମ୍ନ ଦାସ, କୁନା ସାହୁ, ସୌମ୍ୟରଞ୍ଜନ ମହାନ୍ତି, ସଞ୍ଜିବ କୁମାର ଦାସ, ଅଭିଳାଷ ସାହୁ, ରଣ୍ଦୀପ୍ ରାଉତ, ବିଶ୍ୱଜିତ୍ ସେଠୀ, ଅମୀୟ କୁମାର, ଜଗ୍ଦୀଶ ପ୍ରସାଦ ସେଠୀ, ରାଜେଶ ବେହେରା ଓ ଛାତ୍ରୀ ଅର୍ଚ୍ଚନା ସାହୁ, ଯସ୍ମିନ୍ ସାହୁ, ସାଲିନି ମିଶ୍ର, ସୌମ୍ୟା ରାଉତ, ମଧୁସ୍ମିତା ସାହୁ, ପ୍ରଭୃତି ଢେଙ୍କାନାଳ କଲେଜ୍ ଛାତ୍ରଛାତ୍ରୀମାନେ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 + 1 =