ଅଧାରେ ରହିଲା ମାଁ ଭୈରବୀଙ୍କ ଦର୍ଶନ

0 93

ହରଭଙ୍ଗା :ଅଧାରେ ରହିଲା ଇଷ୍ଟଦେବୀ ମାଁ ଭୈରବୀଙ୍କ ଦର୍ଶନ l ମାଁଙ୍କ ମନ୍ଦିରକୁ ପହଂଚିବା 1 କିଲୋମିଟର ପୂର୍ବରୁ ଘଟିଲା ଦୁର୍ଘଟଣା l ଖୋର୍ଦ୍ଧା-ବଲାଙ୍ଗିର 57ନମ୍ୱର୍ ଜାତୀୟ ରାଜପଥ ପୁରୁଣା କଟକ ଥାନା ଜିଆଁକଟା ନିକଟରେ କାରକୁ ଧକ୍କା ଦେଲା ବାଇକ୍ l ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଦେବାଶିଷ ମିଶ୍ରଙ୍କ ସମେତ ଏକ କିଆ ଗାଡ଼ିରେ ତିନି ଜଣ ବ୍ୟକ୍ତି ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ପୁରୁଣାକଟକ ବାସିନୀ ମାଁ ଭୈରବୀଙ୍କ ଦର୍ଶନ ପାଇଁ ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ରେ ଆସୁଥିବା ବେଳେ କାରଟି ଏକ ବିରାଟ ଟଲରକୁ ଓଭର ଟେକ କରୁଥିଲା l ଆଗରୁ ହଠାତ ବାଇକ ଆସୁଥିବାରୁ କାର ଚାଳକ ହଠାତ କାର ଟିକୁ ଅଟକାଇ ଥିବା ସମୟରେ ବାଇକଟି କାର ସହ ମୁଁହା ମୁଁହି ଧକ୍କା ଦେଇଥିଲା l ଧକ୍କା ରେ ବାଇକ ଚାଳକ ରତ୍ନାକର ଛିଟିକି ହୋଇ ପଡ଼ି ଗୁରୁତର ହୋଇଥିଲେ l ସଙ୍ଗେ ସଙ୍ଗେ ରତ୍ନାକରକୁ ପ୍ରଥମେ ପୁରୁଣା କଟକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛିl ପୁରୁଣାକଟକ ଥାନା ଜିଆଁକଟା ନିକଟରେ ବିପରୀତ ବୌଦ୍ଧ ଦିଗରୁ କନ୍ଧମାଳ ଜିଲ୍ଲା ସୁଦ୍ରେଜୁ ଗ୍ରାମର ରତ୍ନାକର ବେହେରା ଏକ କେଟିଏମ ବାଇକ ଯୋଗେ ଯାଉଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ସେପଟେ ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

two × 4 =