ଏହି ସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

0 50

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲା ପାଇଁ ପରବର୍ତ୍ତୀ ୩ ଘଣ୍ଟାର ଜରୁରୀ ପାଣିପାଗ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଦିନ ୧୧ଟା ୪୦ ମିନିଟ୍‌ରେ ଜାରି ହୋଇଥିବା ନାଉକାଷ୍ଟ ବୁଲେଟିନ୍‌ ଅନୁସାରେ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

hiring

IMD କହିଛି, ଏହି ପାଣିପାଗ ଜନିତ କାର୍ଯ୍ୟକଳାପ ଆଗାମୀ ୩ ଘଣ୍ଟା ମଧ୍ୟରେ ପ୍ରଭାବ ପକାଇପାରେ। ତେଣୁ ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳ ଓ ଜଳାଶୟ ନିକଟରେ ରହିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗ ଲୋକମାନଙ୍କୁ ସତର୍କ ରହିବା ସହ ପାଗର ଅବନତି ଉପରେ ନଜର ରଖିବା ଏବଂ ଆବଶ୍ୟକ ହେଲେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅନୁରୋଧ କରିଛି। ବିଶେଷକରି ଚାଷୀ ଓ ବାହାରେ କାମ କରୁଥିବା ଲୋକମାନେ ବଜ୍ରପାତ ସମୟରେ ସତର୍କତା ଅବଲମ୍ବନ କରିବାକୁ IMD ପରାମର୍ଶ ଦେଇଛି। 

hiranchal ad1
Leave A Reply

Your email address will not be published.

nineteen + five =