ନୂଆଦିଲ୍ଲୀ- ପାର୍ବଣ ଋତୁ ଆରମ୍ଭରୁ ସୁନା ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ପାଇଁ ଆସିଯାଇଛି ଖୁସି ଖବର । ଅଚାନକ ଖସିଲା ସୁନା ଦର । ହଁ ଦର୍ଶକବନ୍ଧୁ ବର୍ତ୍ତମାନ ଦେଶରେ ସୁନା ଦର ଯାହା ହେଲାଣି ଏବେ ସୁନା ପିନ୍ଧିବା ସ୍ୱପ୍ନ ପାଲଟିଗଲାଣି । ହୁ ହୁ ହୋଇ ସୁନା ଦର ବୃଦ୍ଧି ପାଉଛି । ସୁନା ସାଙ୍ଗକୁ ରୁପାର ଭାଉ ମଧ୍ୟ କିଛି କମ୍ ନୁହେଁ । ଏହି ଦୁଇ ମୂଲ୍ୟବାନ୍ ଧାତୁର ଦର ଏବେ ସାଧାରଣ ଗ୍ରାହକଙ୍କ ଟେନସନକୁ ଡବଲ କରିଦେଇଛି । ସୁନା ପିନ୍ଧିବାକୁ କିଏ ବା ଭଲ ନପାଏ ହେଲେ ଦର ଯାହା ହେଲାଣି ଏକ ଗ୍ରାମ ସୁନା କିଣିବା ମଧ୍ୟ କଷ୍ଟକର ହୋଇପଡୁଛି । ଆଗକୁ ଦଶହରା ଓ ଦୀପାବଳି ରହିଛି ଏବଂ ବିବାହର ଋତୁ ମଧ୍ୟ ଆରମ୍ଭ ହୋଇଯିବ । ତେବେ ଆଜିର ସୁନା ଦର କଣ ରହିଛି ଏବଂ କେତେ ହ୍ରାସ ପାଇଛି ଆସନ୍ତୁ ଜାଣିବା ।

ଗତକାଲି ସୁନା ମୂଲ୍ୟରେ ବୃଦ୍ଧି ଘଟିଥିବାବେଳେ ଆଜି ସୁନା ମୂଲ୍ୟରେ ସାମାନ୍ୟତମ ହ୍ରାସ ଘଟିଛି । ରିପୋର୍ଟ ଅନୁଯାୟୀ 22 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପିଛା 300 ଟଙ୍କା ହ୍ରାସ ପାଇଛି । ଅର୍ଥାତ୍ ଗତକାଲି 22 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମକୁ 1 ଲକ୍ଷ 37 ହଜାର 100 ଟଙ୍କା ରହିଥିବାବେଳେ ଆଜି 1 ଲକ୍ଷ 36 ହଜାର 800 ଟଙ୍କା ରହିଛି । ସେହିପରି 24 କ୍ୟାରେଟ ସୁନା ମୂଲ୍ୟରେ ମଧ୍ୟ ସାମାନ୍ୟତମ ହ୍ରାସ ଘଟିଛି । 10 ଗ୍ରାମ ପିଛା 330 ଟଙ୍କା ହ୍ରାସ ପାଇଛି । ଅର୍ଥାତ ଗତକାଲି 24 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମକୁ 1 ଲକ୍ଷ 49 ହଜାର 570 ଟଙ୍କା ରହିଥିବାବେଳେ ଆଜି 1 ଲକ୍ଷ 49 ହଜାର 240 ଟଙ୍କା ରହିଛି । ବେଶ୍ କିଛି ମାସ ହୋଇଯିବ ସୁନା ଦର ଅତ୍ୟଧିକ ବୃଦ୍ଧି ପାଉଛି । ଆଗାମୀ ଦିନରେ ମଧ୍ୟ ଦରରେ ବଡ ଧରଣର ପରିବର୍ତ୍ତନ ଘଟିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।
