ଆଇଏସସ୍ତରରେ ଅଦଳବଦଳ, ବଦଳିଲେ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ

0 79

ଭୁବନଶ୍ୱେର- ରାଜ୍ୟ ସରକାର ବୁଧବାର ଆଇଏସସ୍ତରରେ ଏକ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଥିବା ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି ସାଧାରଣ ପ୍ରଶାସନ ବିଭାଗର ମଧୁମିତାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ନବରଙ୍ଗପୁର ଜିଲ୍ଲାପାଳ ଡ.ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାର ମିଳିଛି ।
ସେହିଭଳି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ପଦ ମିଳିଥିବା ବେଳେ ପ୍ରଦୀପ କୁମାର ନାୟକଙ୍କୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଶନୀ ଏ ଏଲ୍‌ ଭବାନୀପାଟଣା ଉପଜିଲ୍ଲାପାଳ ଭାବେ ଏବଂ ଭବାନୀପାଟଣା ସବ କଲେକ୍ଟର କସ୍ତୁରୀ ଶା ସାଧାରଣ ପ୍ରଶାସନ ବିଭାଗର ଅନୁସଚିବ ଭାର ତୁଲାଇବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

three − 2 =