ଛୁରି ଦେଖିଲେ ଡରୁଛନ୍ତି ସୈଫ, କାହିଁକି ଜାଣନ୍ତୁ

0 88

ଗତ ୨୦୨୫ ମସିହା ଜାନୁଆରୀ ମାସରେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଏକ ଭୟଙ୍କର ଛୁରାମାଡ଼ର ଶିକାର ହୋଇଥିଲେ ବଲିଉଡର ନବାବ ତଥା ଲୋକପ୍ରିୟ ଅଭିନେତା ସୈଫ ଅଲ୍ଲୀ ଖାନ। ଏହି ଘଟଣାର ଦେଢ଼ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହାର ପ୍ରଭାବରୁ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ମୁକୁଳି ପାରିନାହାନ୍ତି। ନିକଟରେ ଏକ ସାକ୍ଷାତକାରରେ ସୈଫ ଖୁଲାସା କରିଛନ୍ତି ଯେ ସେ ଏବେ ବି ଆକ୍ରମଣକୁ ୧୦୦ ପ୍ରତିଶତ ଭୁଲି ନାହାନ୍ତି ଏବଂ ଛୁରୀ ଦେଖିଲେ ଏବେ ବି ତାଙ୍କୁ ଭୟ ଲାଗେ।
ସମ୍ବାଦପତ୍ର ‘ବମ୍ବେ ଟାଇମ୍ସ’କୁ ଦେଇଥିବା ଏକ ସାକ୍ଷାତକାରରେ ସୈଫ ଅଲ୍ଲୀ ଖାନ ନିଜର ସେହି ଭୟଙ୍କର ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପରିବାର, ବିଶେଷ କରି ତାଙ୍କ ପତ୍ନୀ କରିନା କପୁର ଏହି ଘଟଣାରେ ବହୁତ ଭୟଭୀତ ହୋଇପଡ଼ିଥିଲେ, କିନ୍ତୁ ସେମାନେ ଖୁବ୍ ଶୀଘ୍ର ଏଥିରୁ ବାହାରି ଆସିଛନ୍ତି। ତେବେ ସୈଫଙ୍କ ପାଇଁ ଏହି ଘଟଣାକୁ ଭୁଲିବା ସହଜ ନୁହେଁ। ସେ କହିଛନ୍ତି, ‘ମୁଁ ଏବେ ବି ଏହି ଆକ୍ରମଣରୁ ୧୦୦ ପ୍ରତିଶତ ବାହାରିପାରି ନାହିଁ। ଯଦି ମୁଁ କୌଣସି ଛୁରୀ ଦେଖେ, ତେବେ ମୋ ଭିତରେ ଏକ ଭୟର ପ୍ରତିକ୍ରିୟା ସୃଷ୍ଟି ହୁଏ।’ ନିଜକୁ ଭାଗ୍ୟବାନ ମାନି ସେ କହିଛନ୍ତି ଯେ ଆକ୍ରମଣ ବେଳେ ଛୁରୀଟି ଭାଙ୍ଗି ଯାଇଥିଲା। ଯଦି ଆକ୍ରମଣକାରୀ ପାଖରେ କୌଣସି ପ୍ରକୃତ ‘ରାମ୍ବୋ ଛୁରୀ’ ଥାଆନ୍ତା, ତେବେ ତାଙ୍କର ଜୀବନ ଯାଇଥାନ୍ତା।

hiranchal ad1
Leave A Reply

Your email address will not be published.

ten + five =