ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପୁଣି ଥରେ ଝଡ଼ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି ଓଲିଉଡ୍ର ମେଗା ସୁପରଷ୍ଟାର୍ ଅନୁଭବ ମହାନ୍ତି। ତାଙ୍କ ଅଭିନୀତ ଆଗାମୀ ବହୁଚର୍ଚ୍ଚିତ ଏବଂ ମେଗା ବଜେଟ୍ ଆକ୍ସନ୍ ସାଗା
‘ ର । ବ ଣ : ଚୋଜେନ୍ ବାଏ ଫେଟ୍, ନଟ୍ ବାଏ ବ୍ଲଡ’ର ଅଫିସିଆଲ୍ ଟିଜର୍ ଇତିମଧ୍ୟରେ ମୁକ୍ତିଲାଭ କରିଛି। ଦୀର୍ଘ ଦିନର ବ୍ୟବଧାନ ପରେ ଅନୁଭବଙ୍କୁ ଏକ ଗ୍ରାଣ୍ଡ୍ ଓ ସମ୍ପୂର୍ଣ୍ଣ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ, ଯାହାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ହୋଇଯାଇଛି । ଏହି ଚଳଚ୍ଚିତ୍ରର ନିର୍ଦେଶନାରେ ସାଇ କିରଣ ମଙ୍ଗରାଜ ଥିବାବେଳେ କାହାଣୀ ଓ ପ୍ରଯୋଜନାରେ ଅଛନ୍ତି ଜାଗୃତି ଏ. ମହାନ୍ତି। ସହ-ପ୍ରଯୋଜକ ଶୁଭମ୍ ମହାନ୍ତି।
ଏହି ଚଳଚ୍ଚିତ୍ରର କାହାଣୀ ଓ ନିର୍ମାଣ ଶୈଳୀ ଓଡ଼ିଆ ଚଳଚ୍ଚିତ୍ରକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି । ନିଜର ନିଆରା ଅଭିନୟ ଶୈଳୀ ଓ ଆକ୍ସନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଅନୁଭବ ଏହି ଚଳଚ୍ଚିତ୍ରକୁ ନେଇ ଖୁବ୍ ଆଶାବାଦୀ ଥିବା କହିଛନ୍ତି।
