ସୃଷ୍ଟି ହେଲା ଲଘୁଚାପ, ୨୬ରେ ବାତ୍ୟା !

0 253

ଭୁବନେଶ୍ୱର, ୨୩ା୧୦: ଆସୁଛି ବାତ୍ୟା ଅର୍ଣ୍ଣବ। ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ। ଆସନ୍ତା ୨୬ରେ ବାତ୍ୟା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଆସନ୍ତାକାଲି ଅବପାତର ରୂପ ନେଇପାରେ ଲଘୁଚାପ। ୨୫ ତାରିଖରେ ଗଭୀର ଅବପାତରେ ପରିଣତ ହୋଇପାରେ। ୨୬ରେ ବାତ୍ୟାରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ। ଦକ୍ଷିଣ ଓଡ଼ିଶା ଦେଇ ଆନ୍ଧ୍ର ଉପକୂଳରେ ମାଡ଼ ହୋଇପାରେ ବାତ୍ୟା।

hiring

ଏହା ବାତ୍ୟାର ରୂପ ନେଲେ, ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି। ୨୮ ତାରିଖ ଆଡ଼କୁ ପବନର ବେଗ ଆହୁରି ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ଅନ୍ୟପଟେ, ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇପାରେ ବୋଲି ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିପାରେ।

hiranchal ad1
Leave A Reply

Your email address will not be published.

fifteen − 5 =