ବିଜେପିରେ ମିଶିଲେ ‘ଏଏପି’ର ୩ ବିଦ୍ରୋହୀ ବିଧାୟକ

0 80

ନୂଆଦିଲ୍ଲୀ,୨।୧୧: ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ, ଶାସକ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ, ଆଜି ସୋମବାର (ନଭେମ୍ବର ୨) ଦିନ ଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟାଳୟରେ ‘ଏଏପି’ର ୩ ବିଦ୍ରୋହୀ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଏହି ୩ ବିଦ୍ରୋହୀ ବିଧାୟକଙ୍କ ଯୋଗଦାନ ଦ୍ୱାରା ପଞ୍ଜାବରେ ବିଜେପି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି, ଯାହା ଆଗାମୀ ବିଧାନସଭା ନିର୍ବାଚନରେ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ।
ବିଜେପିରେ ଯୋଗ ଦେଇଥିବା ଆମ ଆଦମୀ ପାର୍ଟିର ତିନି ବିଧାୟକ ହେଲେ କୁନୱାର ବିଜୟ ପ୍ରତାପ ସିଂହ, ହରମୀତ ସିଂହ ପଠାନମାଜରା ଏବଂ ଚେତନ ସିଂହ ଜୌରାମାଜରା। ପଞ୍ଜାବ ଭାଜପା ସଭାପତି କେୱାଲ ସିଂହ ଢିଲ୍ଲୋନ ଏବଂ ଦିଲ୍ଲୀ ଭାଜପା ସଭାପତି ବୀରେନ୍ଦ୍ର ସଚଦେବା ସେମାନଙ୍କୁ ଦଳକୁ ସ୍ବାଗତ କରିଥିଲେ।

hiranchal ad1
Leave A Reply

Your email address will not be published.

six + 15 =