ଭୁବନେଶ୍ବର- ଧନତେରାସରେ ସୁନାପ୍ରେମୀଙ୍କ ପାଇଁ ବଡ ଖବର । ଅଚାନକ କମିଗଲା ଦର, ସୁନା କିଣିବାକୁ ଗ୍ରାହକଙ୍କ ଭିଡ । ଭାରତୀୟ ବଜାରରେ ସୁନା ଓ ରୁପାର ଚାହିଦା ବେଶ୍ ଅଧିକ । ବର୍ତ୍ତମାନ ପାର୍ବଣର ଋତୁ ଚାଲିଛି ଆଜି ଧନତେରସ ଓ ଦିନକ ପରେ ଦୀପାବଳି ଆସୁଛି ଏତିକିବେଳେ ସୁନା ପ୍ରେମୀଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଆଜି ସକାଳୁ ସକାଳୁ ସୁନା ଦରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି ।
ରିପୋର୍ଟ ଅନୁଯାୟୀ ନଭେମ୍ୱର 6ର ଦର ଅନୁଯାୟୀ 22 କ୍ୟାରେଟ ସୁନା 1 ଗ୍ରାମ ପିଛା 13150 ଟଙ୍କା ରହିଛି । ସେହିପରି 24 କ୍ୟାରେଟ ସୁନା 1 ଗ୍ରାମ ପିଛା 14346 ଟଙ୍କା ରହିଛି । ଗତକାଲି ଦର କିଛିଟା ବୃଦ୍ଧି ପାଇଥିବାବେଳେ ଆଜି ଦର ସାମାନ୍ୟତମ ହ୍ରାସ ପାଇଛି । 22 କ୍ୟାରେଟ ସୁନା 10 ଗ୍ରାମ ପିଛା 2350 ଟଙ୍କା ହ୍ରାସ ପାଇ 1 ଲକ୍ଷ 31 ହଜାର 500 ଟଙ୍କା ରହିଛି । ସେହିପରି 24 କ୍ୟାରେଟ ସୁନା 10 ଗ୍ରାମ ପିଛା 2560 ଟଙ୍କା ହ୍ରାସ ପାଇ 1 ଲକ୍ଷ 43 ହଜାର 460 ଟଙ୍କା ରହିଛି । ତେବେ ଆଜି ପବିତ୍ର ଧନତେରସ ହୋଇଥିବାରୁ ସୁନା ଦର କମିଛି ଏବଂ ସୁନା କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି ।
