ଅଦଳବଦଳକୁ ନେଇ ଆନୁଷ୍ଠାନିକ ଘୋଷଣା; ପଞ୍ଜାବକୁ ଗଲେ ହାର୍ଦ୍ଦିକ, ମୁମ୍ବାଇରୁ ଖେଳିବେ ଅର୍ଶଦୀପ

0 81

ଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହଙ୍କ ମଧ୍ୟରେ ଖେଳାଳି ଅଦଳବଦଳ (ଟ୍ରେଡ୍‌) ନିଶ୍ଚିତ ହୋଇଛି। ବୁଧବାର ଆଇପିଏଲ ପକ୍ଷରୁ ଏହି ଟ୍ରେଡ୍‌କୁ ନେଇ ଆନୁଷ୍ଠାନିକ ସୂଚନା ଜାରି କରାଯାଇଛି। ଏହା ପରେ ଆଇପିଏଲ ୨୦୨୭ରେ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳିବେ। ଅନ୍ୟପଟେ ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ନଜର ଆସିବେ। ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବାବେଳେ ଅର୍ଶଦୀପ ଦୀର୍ଘଦିନ ଧରି ପଞ୍ଜାବ ଦଳର ସଦସ୍ୟ ଥିଲେ। ତେବେ ଉଭୟ ଖେଳାଳିଙ୍କ ଟ୍ରେଡ୍‌କୁ ନେଇ ବହୁ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା।

ଏହି ଟ୍ରେଡ୍‌ରେ ହାର୍ଦ୍ଦିକଙ୍କୁ ତାଙ୍କ ପୂର୍ବ ପାରିଶ୍ରମିକଠାରୁ ଅଧିକ ଟଙ୍କା ମିଳିଛି। ଅନ୍ୟପଟେ ଅର୍ଶଦୀପ ତାଙ୍କ ବର୍ତ୍ତମାନର ପାରିଶ୍ରମିକରେ ହିଁ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି। ହାର୍ଦ୍ଦିକ ୧୮ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସରେ ଯୋଗ ଦେଇଛନ୍ତି। ଗତ ସିଜିନ ଅର୍ଥାତ୍‌ ଆଇପିଏଲ ୨୦୨୬ରେ ସେ ୧୬.୫ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ। ସେହିପରି ଅର୍ଶଦୀପ ୧୮ କୋଟି ଟଙ୍କାର ପୂର୍ବ ପାରିଶ୍ରମିକରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଛନ୍ତି।

hiring

ଆଇପିଏଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଆଇପିଏଲ ୨୦୨୭ ପୂର୍ବରୁ ଏକ ବଡ଼ ଖେଳାଳି ଟ୍ରେଡ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗସକୁ ଚାଲିଯିବେ। ଅନ୍ୟପଟେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଉଇକେଟ୍‌ ନେଇଥିବା ଅର୍ଶଦୀପ ସିଂହ ପାଞ୍ଚଥର ଚାମ୍ପିଅନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେବେ।

ବିବୃତିରେ ଆହୁରି କୁହାଯାଇଛି, ପାଣ୍ଡ୍ୟାଙ୍କ ଟ୍ରେଡ୍‌ ସହିତ ମୁମ୍ବାଇ ଇଣ୍ଡିଆନ୍ସ ସହ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟର ଅନ୍ତ ଘଟିବ। ଏହି ଫ୍ରାଞ୍ଚାଇଜ ସହ ଖେଳି ସେ ଚାରିଟି ଆଇପିଏଲ ଟାଇଟଲ ଜିତିଥିଲେ। ୨୦୧୫ରେ ପ୍ରଥମ ଥର ପାଇଁ ମୁମ୍ବାଇ ଦଳରେ ସାମିଲ ହେବା ପରେ ପାଣ୍ଡ୍ୟା ଲିଗ୍‌ର ଅନ୍ୟତମ ପ୍ରଭାବଶାଳୀ ଅଲରାଉଣ୍ଡର ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଦଳର ଟାଇଟଲ ବିଜୟ ଅଭିଯାନରେ ସେ ବ୍ୟାଟ ଓ ବଲ ଉଭୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।

hiranchal ad1
Leave A Reply

Your email address will not be published.

nineteen − nine =