ଗଞ୍ଜାମରେ ବାତ୍ୟା-ବନ୍ୟା କ୍ଷୟକ୍ଷତି ଦେଖିଲେ ମୁଖ୍ୟମନ୍ତ୍ରୀ

0 47

ଭୁବନେଶ୍ବର : ଗଞ୍ଜାମ ଜିଲାରେ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗଞ୍ଜାମ ଗସ୍ତରେ ଆସିଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପୁରୁଷୋତ୍ତମପୁର ବ୍ଲକ୍‌ର ହାଣ୍ଡିଘର ଅଞ୍ଚଳରେ ଚାଷଜମି ପରିଦର୍ଶନ କରି ଫସଲ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ।

hiring

ମୁଖ୍ୟମନ୍ତ୍ରୀଙ୍କ ସହ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ଗୋକୁଳାନନ୍ଦ ମଲିକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଅଛନ୍ତି ।ଏହାପରେ ଡିଆର୍‌ଡିଏ କାର୍ଯ୍ୟାଳୟରେ ଜିଲା ପ୍ରଶାସନ ସହ ବୈଠକ କରି କ୍ଷୟକ୍ଷତି ଓ ରିଲିଫ୍‌ ବ୍ୟବସ୍ଥାର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବୋମା ଓ ବିସ୍ଫୋରକ ସାମଗ୍ରୀ ଠାବ କରିବା ପାଇଁ କଟକରୁ ‘ରବି ଡଗ୍’ ନାମକ ଏକ ସନ୍ଧାନୀ କୁକୁରକୁ ଅଣାଯାଇଛି । ସନ୍ଧାନୀ କୁକୁରଟି ରାଷ୍ଟ୍ରପତିଙ୍କ କଟକ ସୁରକ୍ଷା ଯାଞ୍ଚରେ ନିୟୋଜିତ ହେବା ପାଇଁ ରାଉଲକେଲାରୁ ଆସିଥିଲା । ବର୍ତ୍ତମାନ ଏହି କୁକୁର ସହାୟତାରେ ଗସ୍ତସ୍ଥଳ ଓ ଆଖପାଖ ଅଞ୍ଚଳରେ ବୋମା ଯାଞ୍ଚ କରାଯାଉଛି ।

hiranchal ad1
Leave A Reply

Your email address will not be published.

thirteen − nine =