ବେନ ଷ୍ଟୋକ୍ସଙ୍କୁ ପଛରେ ପକାଇଲେ ପନ୍ତ

0 34

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ, ସେ ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସଙ୍କୁ ପଛରେ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ସ୍ଥାପନ କରିଛନ୍ତି।
ମ୍ୟାଚର ଦ୍ୱିତୀୟ ଦିନ ଅର୍ଥାତ ଶନିବାର , କଠିନ ପରିସ୍ଥିତିରେ ଥିବା ଭାରତୀୟ ଦଳକୁ ପନ୍ତ ସଙ୍କଟରୁ ଉଦ୍ଧାର କରିବେ ବୋଲି ଆଶା କରାଯାଉଥିଲା; କିନ୍ତୁ ଜାକବ ଡଫି ତାଙ୍କ ଇନିଂସକୁ ଶୀଘ୍ର ସମାପ୍ତ କରିଦେଇଥିଲେ। ପନ୍ତ ୩୯ଟି ବଲ ଖେଳି ୨୩ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ।
ନିଜ ଇନିଂସରେ ମାରିଥିବା ଗୋଟିଏ ଛକା ସାହାଯ୍ୟରେ ପନ୍ତ, ଷ୍ଟୋକ୍ସଙ୍କୁ ପଛରେ ପକାଇ ଆଗକୁ ବଢ଼ିଯାଇଛନ୍ତି। ପୂର୍ବରୁ ‘ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ’ରେ ସର୍ବାଧିକ ଛକା ମାରିବାର ରେକର୍ଡ ଷ୍ଟୋକ୍ସଙ୍କ ନାମରେ ଥିଲା, କିନ୍ତୁ ବର୍ତ୍ତମାନ ଏହି ରେକର୍ଡ ପନ୍ତଙ୍କ ନାମରେ ହୋଇଯାଇଛି। ଏହି ଚାମ୍ପିୟନଶିପରେ ଷ୍ଟୋକ୍ସ ମୋଟ ୮୮ଟି ଛକା ମାରିଥିବା ବେଳେ, ପନ୍ତ ବର୍ତ୍ତମାନ ୮୯ଟି ଛକା ସହ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛନ୍ତି।
ତେବେ, ସାମଗ୍ରିକ ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାରେ ଷ୍ଟୋକ୍ସ ଏବେ ମଧ୍ୟ ପ୍ରଥମ ସ୍ଥାନରେ ଅଛନ୍ତି ଏବଂ ପନ୍ତ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଷ୍ଟୋକ୍ସ ୧୨୨ଟି ମ୍ୟାଚରେ ୧୩୮ଟି ଛକା ମାରିଥିବା ବେଳେ, ପନ୍ତ ଏପର୍ଯ୍ୟନ୍ତ ୫୪ଟି ମ୍ୟାଚରେ ୧୦୯ଟି ଛକା ମାରିଛନ୍ତି। ଭବିଷ୍ୟତରେ ପନ୍ତ ଏହି କ୍ଷେତ୍ରରେ ମଧ୍ୟ ଷ୍ଟୋକ୍ସଙ୍କୁ ପଛରେ ପକାଇ ପାରନ୍ତି।

hiranchal ad1
Leave A Reply

Your email address will not be published.

2 × three =