ମନରେଗାରେ ଗାଈ ଗୁହାଳ ଯୋଜନା ପ୍ରହସନ

0 117

ଦାରିଙ୍ଗବାଡି : ଗରିବ ଲୋକଙ୍କୁ ଯେଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦେଉଛନ୍ତି ସେଭଳି ଗୃହ ପାଳିତ ପଶୁ ଗାଈ, ଛେଳି, ଘୁଷୁରି ଭଳି ପଶୁଙ୍କ ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତିୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ମାଧ୍ୟମରେ ଗୁହାଳ ଘର ଯୋଗାଇ ଦେଉଛନ୍ତି । ଏଥି ପାଇଁ ସରକାର ଗୁହାଳ ଘର ନିର୍ମାଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଏହା ଗୃହପାଳିତ ପଶୁ ଙ୍କ ସ୍ୱାର୍ଥରେ ବ୍ୟବହାର ହେଉନଥିବା ବେଳେ ମାଲିକ ଙ୍କ ସ୍ୱାର୍ଥରେ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଅଂଚଳରେ । ଦାରିଙ୍ଗବାଡି ବ୍ଲକରେ ୨୫ ଗୋଟି ପଂଚାୟତ ରହିଥିବା ବେଳେ ୨୦୧୭-୧୮ ଆର୍ଥିକବର୍ଷ ରୁ ୨୦୧୯-୨୦ ଆର୍ଥିକବର୍ଷ ମଧ୍ୟରେ ପଂଚାୟତରାଜ ବିଭାଗ ଓ ସମନ୍ନୟ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡା ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ବାଡାବାଙ୍ଗା ପଂଚାୟତରେ ୩ ଗାଇ ଗୁହାଳ, ବ୍ରାହ୍ମଣିଗାଁ ପଂଚାୟତରେ ୬ ଗାଈ ଓ ୯ ଛେଳି ଗୁହାଳ, ଭ୍ରମରବାଡି ପଂଚାୟତରେ ୧୯ ଗାଇ ଓ ୪ ଛେଳି ଗୁହାଳ,ବୁଡାଗୁଡା ପଂଚାୟତରେ ୧୭ ଗାଇଗୁହାଳ ଓ ୭ ଛେଳି ଗୁହାଳ,ଦନେକବାଡି ପଂଚାୟତରେ ୩୨ ଗାଇଗୁହାଳ ୨ ଛେଳି ଗୁହାଳ,ଦାରିଙ୍ଗବାଡି ପଂଚାୟତରେ ୨୪ ଗାଈ ଗୁହାଳ ଓ ୬ ଛେଳି ଗୁହାଳ, ଦାସିଙ୍ଗବାଡି ପଂଚାୟତରେ ୩୬ ଗାଇଗୁହାଳ ଓ ୪ ଛେଳି ଗୁହାଳ,ଗୋଦାପୁର ପଂଚାୟତରେ ୧୯ ଗାଇଗୁହାଳ ଓ ୧୦ ଛେଳି ଗୁହାଳ,ଗ୍ରିନବାଡି ପଂଚାୟତରେ ୨୯ ଗାଇଗୁହାଳ,ଗୁମିକିଆ ପଂଚାୟତରେ ୧୫ ଗାଇଗୁହାଳ ଓ ୨ ଛେଳି ଗୁହାଳ,ହାତିମୁଣ୍ଡା ପଂଚାୟତରେ ୧୮ ଗାଇଗୁହାଳ ଓ ୩ ଛେଳିଗୁହାଳ, ଝିଂଜିରିଗୁଡା ପଂଚାୟତରେ ୧୪ ଗାଇଗୁହାଳ ଓ ୩ ଛେଳିଗୁହାଳ,କାଟିଙ୍ଗିଆ ପଂଚାୟତରେ ୧୦ ଗାଇଗୁହାଳ ଓ ୪ ଛେଳିଗୁହାଳ,କିରିକୁଟି ପଂଚାୟତରେ ୧୪ ଗାଇଗୁହାଳ,କୁମ୍ବାରିଗାଁ ପଂଚାୟତରେ ୫ ଗାଇଗୁହାଳ ଓ ୩ ଛେଳିଗୁହାଳ,ପ୍ଲିହେରୀ ପଂଚାୟତରେ ୧୭ ଗାଇଗୁହାଳ ଓ ଗୋଟିଏ ଛେଳି ଗୁହାଳ ,ପର୍ତମାହା ପଂଚାୟତରେ ୨୪ ଗାଇଗୁହାଳ ଓ ୬ ଛେଳି ଗୁହାଳ,ସରାମୁଳୀ ପଂଚାୟତରେ ୧୭ ଗାଇଗୁହାଳ,ସିଆଙ୍ଗବାଲି ପଂଚାୟତରେ ୧୯ ଗାଇଗୁହାଳ ଓ ଗୋଟିଏ ଛେଳିଗୁହାଳ,ସିମନବାଡି ପଂଚାୟତରେ ୯ ଗାଇ ଗୁହାଳ ଓ ଗୋଟିଏ ଛେଳିଗୁହାଳ,ସିର୍କାବର୍ଗ ପଂଚାୟତରେ ୨୫ ଗାଇଗୁହାଳ,ସୋନପୁର ପଂଚାୟତରେ ୧୬ ଗାଇଗୁହାଳ,ଶ୍ରାନିକେତା ପଂଚାୟତରେ ୩୦ ଗାଇଗୁହାଳ ଓ ୨ ଛେଳିଗୁହାଳ,ତାଜୁଙ୍ଗିଆ ପଂଚାୟତରେ ୪୩ ଗାଇଗୁହାଳ ଓ ଗୋଟିଏ ଛେଳିଗୁହାଳ,ତୋଲିରୀ ପଂଚାୟତରେ ୧୫ ଗାଇଗୁହାଳ ଓ ୩ ଛେଳି ଗୁହାଳ ନିର୍ମାଣ ହୋଇଥିବା ବେଳେ ଅର୍ଦ୍ଦାଧିକ ଗୁହାଳ ସମ୍ପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି । ହେଲେ ଉକ୍ତ ଗୁହାଳରେ ଗୃହପାଳିତ ପଶୂ ଗାଇ ଓ ଛେଳି ରହିବା ନେଇ ସରକାରଙ୍କ ନିୟମ ଥିଲେ ସୁଦ୍ଧା କିଛି ମାଲିକ ପଶୁ ମାନଙ୍କୁ ଗୁହାଳରେ ରଖୁଥିବା ବେଳେ ଅର୍ଦ୍ଧାଧିକ ମାଲିକ ମାନେ ଉକ୍ତ ଗୁହାଳ କୁ କିଏ ଭଢାରେ ପ୍ରଦାନ କରିଛନ୍ତି ତ ଆଉ କିଏ ନିଜର ରୋଷେଇ ଘର ଭାବରେ ବ୍ୟବହାର କରୁଛନ୍ତି । ଏଭଳିକି କିଛି ମାଲିକ ଗାଇ ନାମରେ ଗୁହାଳ ନିର୍ମାଣ କରି ଷ୍ଟୋର ରୁମ ଭାବେ ବ୍ୟବହାର କରୁଥିବା ବେଳେ ଆଉ କିଛି ମାଲିକ ଗାଇ ନାମରେ ଗୁହାଳ ନିର୍ମାଣ କରି ନିଜେ ମଧ୍ୟ ରହୁଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଦୁଃଖର ବିଷୟ ଯେଉଁ ଗାଇ ଓ ଛେଳି ମାନଙ୍କ ନାମରେ ଗୁହାଳ ନିର୍ମାଣ ହେଉଛି ସେମାନେ ଭଙ୍ଗା ଦଦରା ଗୁହାଳରେ ଜୀବନ ଯାପନ କରୁଛନ୍ତି ନଚେତ ରାସ୍ଥା ଘାଟରେ ପଡି ରହୁଛନ୍ତି । ରାସ୍ଥା ଘାଟରେ ଗାଇ ଗୋରୁ ଶୋଇ ରହିବା ଦ୍ୱାରା ବିଭିନ୍ନ ସମୟରେ ସଡକ ଦୁର୍ଘଟଣା ଘଟି କେତେବେଳେ ଗାଇ,ଛେଳିର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର ଜୀବନ ଯାଉଛି । ଏଣୁ ସରକାର ଯେଉଁ ଲକ୍ଷ୍ୟ ନେଇ ଗାଇ ଓ ଛେଳି ଙ୍କ ପାଇଁ ଗୁହାଳ ନିର୍ମାଣ କରିଛନ୍ତି ସେ ଲକ୍ଷ ପୁରଣ କରିବାକୁ ପ୍ରଶାସନିକ ସ୍ଥରରେ ଚେଷ୍ଟା କରିବା ଜରୁରି ବୋଲି ଅଂଚଳବାସୀ ଦାବି କରିଛନ୍ତି । ଏପରିକି ଯେଉଁ ମାଲିକ ମାନେ ଗାଇ ଅବା ଛେଳି ଗୁହାଳ ନିର୍ମାଣ କରି ନିଜ ସ୍ୱାର୍ଥ ସାଧନରେ ବ୍ୟବହାର କରି ଗାଇ,ଛେଳି ମାନଙ୍କୁ ବାହାରେ ରଖୁଛନ୍ତି ସେଭଳି ମାଲିକଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି । ଏନେଇ ଦାରିଙ୍ଗବାଡି ବିଡିଓ ଅଭିମନ୍ୟୁ ବେହେରା ଙ୍କୁ ପଚାରିବାରି ସେ କହିଲେ ଘଟଣା ବିଷୟରେ ତଦନ୍ତ କରାଯିବା ସହ ସରକାରୀ ନିୟମକୁ ଉଲଙ୍ଘନ କରିଥିବା ହିତାଧିକାରୀ ଙ୍କ ଉପରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

sixteen + 3 =