ପରିବା ବଜାରରେ ଜନସଚେତନତା ସୃଷ୍ଟି କରୁଛନ୍ତି ସ୍ବେଚ୍ଛାସେବୀ ସଂଗଠନ

0 120




ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଛି, ଯାହାକି ନିଃସନ୍ଦେହ ଚିନ୍ତାର ବିଷୟ, ତଥାପି କିଛି ଲୋକଙ୍କ ବେପରୁଆ ମନୋଭାବ ଚିନ୍ତା ବଢାଇ ଦେଇଛି । ଗତ କିଛିଦିନ ହେଲା ଏଠାରେ କରୋନା ପଜିଟିଭଙ୍କ ସ°ଖ୍ଯା ନିରନ୍ତର ବଢୁଛି, ଏପରି ସମୟରେ ସଟଡାଉନ ର ଘୋଷଣା ସମୟୋପଯୋଗୀ ହୋଇଛି । ଏହି ସଟଡାଉନ ର ଦ୍ବିତୀୟ ପର୍ଯ୍ୟାୟ ରେ ଜନସାଧାରଣଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦ୍ବିପହର ଗୋଟାଏ ପର୍ଯ୍ୟନ୍ତ କିରାନା, ଫଳମୂଳ, ପନିପରିବା ଓ କ୍ଷୀର ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଏହି ସମୟରେ କିଣାବିକା କରୁଥିବା ଲୋକେ ମୁହଁ ରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ନିୟମ ମାନିବାକୁ ଅନୁରୋଧ କରାଯାଇଛି, ହେଲେ ଏହାର ପରିଚାଳନ ହେଉ ନାହିଁ । ବିଶେଷ କରି ପନିପରିବା ବଜାର ରେ ଏପରି ବେପରୁଆ ମନୋଭାବ ଦେଖିବାକୁ ମିଳୁଛି । ଅନେକ ପରିବା ବିକାଳି ମାସ୍କର ବ୍ୟବହାର କରୁ ନାହାନ୍ତି ତ ସେମାନେ ତାଙ୍କ ଗ୍ରାହକ ମାନଙ୍କୁ ମାସ୍କ ପିନ୍ଧି ଆସନ୍ତୁ ବୋଲି କହିବେ ବୋଲି ଆଶା କିପରି କରାଯିବ । ସେଠାରେ ମୁତୟନ ପୁଲିସ କର୍ମଚାରୀମାନେ ମଧ୍ୟ ଏଥି ପ୍ରତି ଦୃଷ୍ଟି ଦେଉନଥିବାରୁ ମାମଲା ବିଗଡିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି କିଛି ସ୍ବେେଚ୍ଛାସେବୀ ଅଣ୍ଟା ଭିଡ଼ି ବାହାରିଛନ୍ତି ଯେ ସେମାନେ ବଜାର ରେ ବୁଲି କ୍ରେତା ଓ ବିକ୍ରେତା ଉଭୟଙ୍କୁ ସଚେତନ କରାଇବେ ।

hiranchal ad1
Leave A Reply

Your email address will not be published.

3 × 5 =