ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଜି ୪୦ ଜଣ ନୂଆ ପଜିଟିଭ ଚିହ୍ନଟ ହେବାର ଘୋଷଣା କରାଯାଇଅଛି, ଯାହାକି ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ଚିହ୍ନଟ ହେବାର ରେକର୍ଡ ହୋଇଛି । ଆଜିକାର ସଦ୍ୟତମ ସ୍ଥିତି ଅନୁସାରେ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ପଜିଟିଭ ସଂଖ୍ୟା ୩୪୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୭୫ ଜଣ ସୁସ୍ଥ ହୋଇ ଘରକୁ ଫେରଥିବା ବେଳେ ୧୬୭ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି ।
ଆଜିକାର ଚିହ୍ନଟଙ୍କ ମଧ୍ୟରୁ ଅଧିକାଂଶ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର । ଏଣୁ ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ଆମେ ପହଞ୍ଚି ସାରିଛୁ ଏଥିରେ ଆଉ ସନ୍ଦେହ ନାହିଁ । ଏହି ପରିପ୍ରେକ୍ଷୀରେ କେବଳ ପ୍ରଶାସନ କାହିଁକି ସମସ୍ତ ଜନସାଧାରଣ ମଧ୍ୟ ସଜାଗ ହୋଇ ରହିବା ଦରକାର । କିନ୍ତୁ ଜନସାଧାରଣ ମନରେ ସେପରି ସଚେତନତା ଦେଖା ଯାଉନାହିଁ ଓ ସମାଜର ଯୁବଗୋଷ୍ଠୀ ଉଶୃଙ୍ଖଳ ହୋଇ ଅକାରଣେ ଏଣେତେଣେ ବୁଲିବା ଜାରି ରଖିଛନ୍ତି । ଅନ୍ୟପଟେ ଏପରି ସ୍ଥିତିର ପୂର୍ବାନୁମାନ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଠାରୁ ଭ୍ରାମ୍ୟମାଣ ଭ୍ୟାନ ଜରିଆରେ ସ୍ୱାବ ସଂଗ୍ରହ ସେବା ଆରମ୍ଭ କରାଯାଉଛି ।
Sign in
Sign in
Recover your password.
A password will be e-mailed to you.