ଦାରିଙ୍ଗବାଡ଼ିର ଦୁଇ କରୋନା ଯୋଦ୍ଧା

0 731

ଦାରିଙ୍ଗବାଡ଼ି : କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ଲକ୍‌ଡାଉନ କରାଯାଇଛି । ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାର ବାଧ୍ୟକତାମୂଳକ କରିଛନ୍ତି । କିନ୍ତୁ ଏପରି କିଛି ସେବା ଅଛି ଯାହାକି ଅତ୍ୟନ୍ତ ଜରୁରୀ ।ସେ ସେବାରେ ନିୟୋଜିତ ଅଧିକାରୀମାନେ ନିଜ ଜୀବନକୁ ପାଣି ଛଡ଼ାଇ ଅହରହ ଲୋକଙ୍କ ସେବା କରିଆସୁଛନ୍ତି । ପୁଲିସ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ ଅଧିକାରୀ ଏହି ବିପତି ସମୟରେ କରୋନା ଯୁଦ୍ଧରେ ଯୋଦ୍ଧା ଭାବେ ସେମାନଙ୍କର ନିସ୍ୱାର୍ଥପର ଭାବେ ସେମାନଙ୍କର ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି । ଦାରିଙ୍ଗବାଡ଼ି ବ୍ଲକରେ ଏହି କରୋନା ଯୁଦ୍ଧରେ ଯୋଦ୍ଧା ଭାବରେ ଦିନ ରାତି ଅହରହ ଚେଷ୍ଠା କରୁଛନ୍ତି ବ୍ଲକର ଦୁଇ ଅଧିକାରୀ । ସେମାନେ ହେଲେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଏବଂ ଦାରିଙ୍ଗବାଡ଼ି ତହସିଲଦାର ନିତୀଶ କୁମାର ତ୍ରୀପାଠୀ । ଦୀର୍ଘ ୫ହେଲା ଦୁହେଁ ଦିନରାତି ଦାରିଙ୍ଗବାଡ଼ି ର ଯୋଦ୍ଧା ଭାବେ ଆଗକୁ ଆସିଛନ୍ତି । ଥାନା ଅଧିକାରୀ ଜଣକ କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ଅମାନିଆ ମାନଙ୍କୁ ନିୟମ ଉଲ୍ଲଙ୍ଘନ ନକରିବାକୁ ପରାମର୍ଶ ଦେଉଥିବା ବେଳେ ପୁର୍ନବାର ଧରାପଡ଼ିଲେ ଗିରଫ କରି ଏହିଭଳି କାର୍ଯ୍ୟକୁ ନିୟନ୍ତ୍ରଣ କରି ରଖିଛନ୍ତି । ଏଥି ସହିତ ବିଭିନ୍ନ କଂଟେନମେଂଟ ଜୋନ୍‌ ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରି ଦାରିଙ୍ଗବାଡ଼ି ପୁଲିସ ପ୍ରଶଂସା ସାଉଁଟିଛି ।ଥାନାର ମୁରବୀ ହିସାବରେ ସମସ୍ତ ଶ୍ରେୟ ଯାଇଛି ଥାନା ଅଧିକାରୀଙ୍କୁ । ତାଙ୍କର ଚାକିରି କାଳ ମଧ୍ୟରେ ଅନେକ ତିକ୍ତ ,ମଧୂର ଅଭିଜ୍ଞତା ରହିଛି । ତାହାକୁ ଅସ୍ତ୍ର କରି ସେ ଦାରିଙ୍ଗବାଡ଼ି ଭଳି ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଯଥେଷ୍ଟ ସୁଧାର ଓ ଉନ୍ନତି ଆଣିପାରିଛନ୍ତି । ଶାନ୍ତ ସରଳ ଲାଗୁଥିବା ଏହି ପୁଲିସ ଅଧିକାରୀ ଜଣକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ମାହିର ଏବଂ ଉଭୟ ପକ୍ଷଙ୍କୁ ମିଳାମିଶା କରାଇବାରେ ମଧ୍ୟ ସେତିକି ଓସ୍ତାଦ । ଦୀର୍ଘ ୫ମାସ ହେଲା ସେ ଘରକୁ ଯାଇନାହାନ୍ତି । ଥାନାରେ ରହି କାଗଜପତ୍ର କାମ କରିବା ସହିତ ଅଂଚଳର ସୁରକ୍ଷା ତଦାରଖ ପରେ ବଳରେ ଶାନ୍ତିରେ ଟିକେ ଶୋଇ ପାରନ୍ତି ନାହିଁ ବୋଲି କୁହନ୍ତି ଥାନା ଅଧିକାରୀ ଶ୍ରୀ ମାଝୀ । ଗତ ୫ମାସ ହେଲା ବିଳମ୍ବିତ ରାତିରେ ଫୋନ କଲ୍‌ ଆସିବା ତାଙ୍କର ଦେହ ସୁହା ହୋଇଗଲାଣି । କେତେବେଳେ ପ୍ରବାସୀ ମାନେ ସାଇକେଲରେ ଅଂଚଳକୁ ଚାଲିଆସିଛନ୍ତି ତ କେତେବେଳେ ରାଜ୍ୟ ବାହାରୁ ବସ ଭଡ଼ା କରି ବିନା ଅନୁମତିରେ ଚାଲିଆସିଛନ୍ତି । ରାତି ଅଧରେ ଘଟଣା ସ୍ଥଳକୁ ଯାଇ ପ୍ରବାସୀ ମାନଙ୍କ ସୁବିଧା ଅସୁବିଧା ବୁଝିବା ସହିତ ସେମାନଙ୍କୁ କ୍ୱାରେଂଟାଇନ ରେ ରହିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ସେହିଭଳି ତହସିଦାର ଶ୍ରୀ ତ୍ରିପାଠୀ ମଧ୍ୟ ଦାରିଙ୍ଗବାଡ଼ି ବ୍ଲକର ମାଜିଷ୍ଟ୍ରେଟ ଦାୟିତ୍ୱକୁ ସୂଚାରୁ ରୁପେ ନିର୍ବାହ କରୁଛନ୍ତି । କୌଣସି ପରିସ୍ଥିତିରେ ଲୋକେ ଯେପରି ହଇରାଣ ନହେବେ ସେ ନେଇ ସେ ଉଦ୍ୟମ କରୁଛନ୍ତି । ସଂକ୍ରମଣ ଭୟ ରହିଥିଲେ ସୁଦ୍ଧା ସାମୁହିକ ସ୍ୱାର୍ଥ ତାଙ୍କ ପାଇଁ ତାଙ୍କ ପ୍ରଥମ କର୍ତବ୍ୟ । ତେଣୁ ଭଗବାନଙ୍କ ଭରସା ହିଁ ତାଙ୍କ ପାଇଁ ସବୁକିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ସେ ସମସ୍ତ କାର୍ଯ୍ୟକରିଆସୁଛନ୍ତି । ଅଂଚଳରେ ସାମାଜିକ ଦୂରତା ଠିକ ଭାବରେ ପାଳନ ହେଛି କି ନାହିଁ ଓ ମାସ୍କ ଆଦି ପରିଦାନକୁ ମଧ୍ୟ ସେ ମନିଟରିଂ କରୁଛନ୍ତି । ରାଜ୍ୟରେ ଲକଡାଉନ ସମୟରେ ସାଇକେଲରେ ତାମିଲନାଡ଼ୁ ରୁ ଆସୁଥିବା ପ୍ରବାସୀଙ୍କୁ ସେମାନଙ୍କ ଅଂଚଳକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରିଥିଲେ । ଦାରିଙ୍ଗବାଡ଼ି ଗଂଜାମ ସୀମାନ୍ତ ବାଇମାଲାରେ ସୀମାକୁ ସିଲ କରିଦିଆଯାଇଥିବା ବେଳେ ସେଠାରେ ୨୪ ଘଂଟିଆ ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ କଡ଼ାପହରା ଦିଆଯାଉଛି । ତହସିଲଦାର ଓ ଥାନା ଅଧିକାରୀ ଦୁହେଁ ସୀମା ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି । ଦୁଇ ଜଣ ଅଧିକାରୀ ନିଜ ଦାୟିତ୍ୱ ପାଇଁ ନିଜ ପରିବାର କଥା ଭୁଲି ଦାରିଙ୍ଗବାଡ଼ି ଅଂଚଳର ସୁରକ୍ଷା ପ୍ରତିଅଧିକ ଧ୍ୟାନ ଦେଇଥିବାରୁ ଅଂଚଳବାସୀ ମାନେ ସେମାନଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 − 13 =