ପ୍ରିନ୍ସପାଲ ସିଂ ଜି-ଲିଗ୍‌ ଖେଳିବାରେ ଚତୁର୍ଥ ଭାରତୀୟ

0 81

ନୂଆଦିଲ୍ଲୀ: ଭାରତର ପ୍ରିନ୍ସିପାଲ ସିଂ ଆମେରିକାର ପ୍ରସିଦ୍ଧ ଏନ୍‌ବିଏ ଜି-ଲିଗ୍‌ରେ ଖେଳିବାକୁ ମନୋନୀତ ହୋଇଛନ୍ତି । ଲୁଧିଆନାରେ ଏହି ୬ଫୁଟ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ବାସ୍କେଟବଲ ଖେଳାଳି ଚତୁର୍ଥ ଭାରତୀୟ ଭାବେ ଏହି ସମ୍ମାନଜନକ ଲିଗ୍‌ ଖେଳିବାକୁ ମନୋନୀତ ହୋଇଛନ୍ତି । ତାଙ୍କ ପୂର୍ବରୁ ସତ୍‌ନାମ ସିଂ, ପଲପ୍ରୀତ୍‌ ସିଂ ଓ ଅମଜ୍ୟୋତ୍‌ ସିଂ ଏନ୍‌ବିଏ-ଜି ଲିଗ୍‌ ଖେଳିଛନ୍ତି । ଭାରତର ଏହି ଟିନ୍‌ଏଜ୍‌ ତଥା ସିନିୟର ଦଳର ସର୍ବକନିଷ୍ଠ ଖେଳାଳି ଗତ କିଛି ବର୍ଷ ଧରି ବାସ୍କେଟବଲ ଖେଳରେ ପାରଦର୍ଶିତା ଅର୍ଜନ କରିଆସୁଥିଲେ । ତାଙ୍କ ପୂର୍ବରୁ ଜି-ଲିଗ୍‌ ଖେଳିଥିବା ୩ ଭାରତୀୟଙ୍କ ମଧ୍ୟରୁ କେହି ହେଲେ ସିନିୟର ଏନ୍‌ବିଏ ଲିଗ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନାହାନ୍ତି । ଏଥିରେ ଯଦି ପ୍ରିନ୍ସିପାଲ ସଫଳ ହୁଅନ୍ତି, ତେବେ ସେ ପ୍ରଥମ ଭାରତୀୟ ଭାବେ ଇତିହାସ ସୃଷ୍ଟି କରିବେ । ପ୍ରିନ୍ସିପାଲ ପୂର୍ବରୁ ଏନ୍‌ବିଏ ଏକାଡେମୀ ଇଣ୍ଡିଆ ଓ କାନ୍‌ବେରାର ଥିବା ମୁଖ୍ୟ ଏକାଡେମୀରେ ପ୍ରଶିକ୍ଷଣ ନେଇଛନ୍ତି । ଏହି ସମୟରେ ସେ ଚୀନ୍‌, ଆମେରିକା, ଅଷ୍ଟ୍ରେଲିଆ ଓ ଇଟାଲୀରେ ବାସ୍କେଟବଲ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି । ଏହି ଅଭିଜ୍ଞତା ତାଙ୍କ ଲାଗି ବରଦାନ ସଦୃଶ ହୋଇପାରେ ବୋଲି ଭାରତୀୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × two =