ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଚେୟରମ୍ୟାନ୍ ବୃଜେଶ ପଟେଲ ସ୍ପଷ୍ଟ କରିଥିଲେ ଯେ, ଚଳିତ ବର୍ଷ ଆଇପିଏଲ ୟୁଏଇରେ ୧୯ ସେପ୍ଟେମ୍ବରରୁ ୮ ନଭେମ୍ବର ମଧ୍ୟରେ ହେବ । କିନ୍ତୁ ତାଜ ଖବର ଅନୁଯାୟୀ ଆଇପିଏଲର ଫାଇନାଲ ମ୍ୟାଚ୍ ସ୍ଥଗିତ ହୋଇପାରେ । ରିପୋର୍ଟ ମୁତାବକ ୮ ନଭେମ୍ବରକୁ ହେବାକୁ ଥିବା ଫାଇନାଲ ମ୍ୟାଚ୍ ୧୦ ନଭେମ୍ବରକୁ ହୋଇପାରେ । ଏକ ମିଡିଆ ହାଉସ୍ ନିଜର ରିପୋର୍ଟରେ କହିଛି ବିସିସିଆଇ ଚଳିତ ବର୍ଷ ହେବାକୁ ଥିବା ଆଇପିଏଲକୁ ଫାଇନାଲକୁ କିଛି ଦିନ ପାଇଁ ସ୍ଥଗିତ ରଖିପାରେ । ରିପୋର୍ଟ ମୁତାବକ ନଭେମ୍ବରକୁ ଶେଷ ହେବାକୁ ଥିବା ଏହି ଟି-୨୦ ଟର୍ଣ୍ଣାମେଣ୍ଟ ଏବେ ୧୦ ନଭେମ୍ବରରେ ଶେଷ ହେବ । ଭାରତୀୟ କ୍ରିକେଟ ଟିମ୍ ସ୍ୱଦେଶ ନଫେରି ୟୁଏଇରୁ ସିଧା ଅଷ୍ଟ୍ରେଲିଆ ଗସ୍ତ ଉପରେ ବିଚାର ଚାଲିଛି । ଅନ୍ୟ ଏକ କାରଣ ହେଲେ ସେହି ସପ୍ତାହ ଦୀପାବଳି ପଡୁଥିବାରୁ ମଧ୍ୟ ମ୍ୟାଚକୁ ସ୍ଥଗିତ ରଖିବାକୁ ବିସିସିଆଇ ଚିନ୍ତା କରୁଛି ବୋଲି ରିପୋର୍ଟରେ କୁହାଯାଇଛି ।