ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ଦିଲ୍ଲୀବାସୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଆଜି ଦିଲ୍ଲୀରେ ଡିଜେଲ ଦର କମାଇଛନ୍ତି । ଦିଲ୍ଲୀ ସରକାର ଡିଜେଲ ପ୍ରତି ଲାଗୁ ହୋଇଥିବା ଭାଟକୁ ୩୦ ପ୍ରତିଶତକୁ ୧୬.୭୫ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ରାଜଧାନୀରେ ଡିଜେଲ ଲିଟର ପ୍ରତି ୮.୩୬ଟଙ୍କା କମିଛି । ଏବେ ଦିଲ୍ଲୀରେ ଡିଜେଲ ଦର ୭୩.୬୪ ଟଙ୍କା ହୋଇଛି । ପୂର୍ବରୁ ଏହି ଦର ୮୨ଟଙ୍କା ଥିଲା ।