ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ତଦନ୍ତ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଡିଜି ଶ୍ରୀ ଅଭୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ୪ଜଣିଆ ଟିମ୍ ଭୁବନେଶ୍ୱର ସ୍ଥିତ ଜିଆର୍ପି ଥାନାରେ ପହଞ୍ଚି ଛାନ୍ଭିନ କରିବା ସହିତ ଲିଙ୍ଗରାଜ ଷ୍ଟେସନ ଯାଇ ସରଜମିନ ପରଖିଛନ୍ତି । ଜିଆର୍ପି ଥାନାରେ ନୂଆ କରି ଯୋଗ ଦେଇଥିବା ବେଳେ ଇନ୍ସିପେକ୍ଟର ଜୟଦେବ ଓ ତଦନ୍ତକାରୀ ଅଫିସରଙ୍କଠାରୁ ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚ ଟିମ ସଂଗ୍ରହ କରିଛି । କେଉଁ ପରିସ୍ଥିତିରେ ଆଦିତ୍ୟ ଦାଶଙ୍କର ମୃତ୍ୟୁ ଘଟିଲା, କାହିଁକି ଘଟିଲା, କିପରି ଘଟିଲା ଏ ସବୁର ଖୋଲତାଡ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି । ପ୍ରକାଶଯୋଗ୍ୟ ଯେ, ଗତ ୩ ସପ୍ତାହ ଧରି ଏହି ଘଟଣା ଉପରେ ଜିଆରପି ଥାନା ତଦନ୍ତ କରୁଥିଲେ ମଧ୍ୟ କୌଣସି ନିର୍ଣ୍ଣାୟକ ମୋଡରେ ପହଞ୍ଚି ପାରିନଥିଲେ । ଯାହାକୁ ନେଇ ରାଜ୍ୟରେ ଏହା ଏକ ଚର୍ଚ୍ଚିତ ବିଷୟ ହୋଇ ରହିଥିଲା ।