କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର : ଥାନାରେ ଏତଲା ଓ କାର୍ଯ୍ୟାନୁଷ୍ଠାନ ଦାବି

0 87

ସମ୍ବଲପୁର: ବର୍ତ୍ତମାନ କରୋନା ସଂକ୍ରମଣ ବିରୁଦ୍ଧରେ ଆଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ସ୍ୱଚ୍ଛ ସାରଥୀମାନେ ସକ୍ରିୟ ଭୂମିକା ଗ୍ରହଣ ଘର ଘର ବୁଲି ସର୍ବେକ୍ଷଣ କରୁଛନ୍ତି । ସେମାନେ ସ୍ଥାନୀୟ ସାକ୍ଷୀପଡାରେ ଏପରି ଗୁରୁଦାୟିତ୍ୱ ତୁଳାଉଥିବା ସମୟରେ ଜଣଙ୍କ ଘରେ ସେମାନଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବାର ଅଭିଯୋଗ ହୋଇଛି ଓ ଏହାକୁ ନେଇ ସ୍ଥାନୀୟ ଧନୁପାଲି ଥାନାରେ ଏକ ଏତଲା ଦାଏର କରାଯାଇଛି । ଏତଲା ଦାଖଲ ହେଲା ପରେ ପୁଲିସ ଏ ବିଷୟରେ ତଦନ୍ତ କରୁଛି । ଏପଟେ ଏହି ମାମଲାରେ ନିଜର ଏକତାର ପରିଚୟ ଦେଇ ପଶ୍ଚିମ ଓଡ଼ିଶା ଆଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ରେ ଉକ୍ତ ମାମଲାର ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏଥିରେ କୁହାଯାଇଛି ଯେ ନିଜ ଜୀବନକୁ ବିପନ୍ନ କରି ସମାଜର ମଙ୍ଗଳ ପାଇଁ କାମ କରୁଥିବା କରୋନା ଯୋଦ୍ଧାଙ୍କ ପ୍ରତି ଏପରି କିଛି ଦୁର୍ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ସହନୀୟ ନୁହେଁ । ଉକ୍ତ ମାମଲାର ଅଭିଯୁକ୍ତଙ୍କ ବିରୁଦ୍ଧରେ ଯଦି କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଥାଏ, ତାହେଲେ ସଂଘ ଆନ୍ଦୋଳନରେ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ଏହାର କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ ପାଢ଼ୀ ଓ ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ, ସଭାନେତ୍ରୀ ଦୁଃଶିଳା ଧାରୁଆ ଓ ସମ୍ପାଦିକା ପ୍ରମିଳା ସିଂହ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

two + nineteen =