ନାମକୁ ମାତ୍ର ସଟ୍ ଡାଉନ୍, ଲୋକେ ମାନିବାକୁ ନାରାଜ !

0 2,239

ବୌଦ୍ଧ – ମାର୍ଚ୍ଚ ୨୫ ତାରିଖରୁ ଲକ ଡାଉନ୍ ଓ ସଟ ଡାଉନ୍ ଜିଲ୍ଲାରେ ବଳବତ୍ତର ରହିଛି । ଚାରି ମାସରୁ ଅଧିକ ସମୟ ଧରି ନିଜ ନିଜର ଧନ୍ଦା ବାଡି ବନ୍ଦକରି ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ବେଳେ ଆଉ ଅଧିକ କଟକଣାକୁ ମାନିବାକୁ ନାରାଜ ହେଉଥିବା ଦେଖିବାକୁ ମିଳୁଛି l ପ୍ରଶାସନ ଜିଲ୍ଲାରେ ସଟ ଡାଉନ୍ ଘୋଷଣା କରିଥିଲେ ମଧ୍ୟ ତାକୁ ନ ମାନି ବିଭିନ୍ନ ଅଂଚଳରେ ସାପ୍ତାହିକ ଓ ଦୈନିକ ବଜାର ଗୁଡିକରେ ଜନଗହଳି ଦେଖିବାକୁ ମିଳୁଛି । ରାସ୍ତାରେ ଯାତାୟାତ ମଧ୍ୟ ବହୁଳ ଭାବରେ ପରିଲକ୍ଷିତ ହେଉଛି ।ଲୁଚାଛପାରେ ବ୍ୟବସାୟୀ ମାନେ ଦୋକାନ ଖୋଲି ଜିନିଷ ମଧ୍ୟ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ଚାରି ମାସରୁ ଉର୍ଦ୍ଧ୍ବ ସମୟ ଧରି ବିନା ଧନ୍ଦାରେ ଚଳିବା କେତେ ଦୁର୍ବିସହ ତାହା ଅଙ୍ଗେ ଅଙ୍ଗେ ନିଭାଉଛନ୍ତି । ଜିଲ୍ଲାର କୋଣେ ଅନୁକୋଣେ ବାଡି ବଗିଚାରେ କୃଷକ ଉତ୍ପାଦନ କରୁଥିବା ପନିପରିବା କୋଉଠି ବିକିବ ଓ ଖାଉଟି କୋଉଠି କିଣିବ ତେଣୁ ସ୍ୱତଃପ୍ରବୃତ୍ତ ଭାବେ ଗ୍ରାମାଞ୍ଚଳରେ ସାପ୍ତାହିକ ଓ ଦୈନିକ ହାଟମାନ ଖୋଲି ଯାଉଥିବା ଦେଖିବାକୁ ମିଳୁଛି l

hiring

ସଟ ଡାଉନ୍ ଥାଇ ମଧ୍ୟ ମୁଣ୍ଡାପଡା,ଧଳପୁର ବାଘପାଲି,ବଘିଆପଡା ଆଦି ସାପ୍ତାହିକ ହାଟ ସମେତ ବାଉଁଶୁଣି, ମନମୁଣ୍ଡା, କଣ୍ଟାମାଳ, ପୁରୁଣାକଟକ ଆଦି ଦୈନିକ ବଜାର ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି । ପେଟର ଭୋକ ଆଗରେ ପ୍ରଶାସନିକ କଟକଣା ଓ ଜରିମାନା କିମ୍ବା ପୋଲିସର ଲାଠିକୁ ଲୋକେ ତୁଚ୍ଛ ମନେ କଲେଣି । ସାଧାରଣ ଗରୀବ ଲୋକଙ୍କ ପାଇଁ ଅନ୍ନଚିନ୍ତା ଚମତ୍କାର ହୋଇ ପଡ଼ିଲାଣି । ସେଥିପାଇଁ ପ୍ରଶାସନ ମଧ୍ୟ ଲକ ଡାଉନ୍ ଓ ସଟ ଡାଉନର ବିକଳ୍ପ ଚିନ୍ତା କରିବା ଦରକାର ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରୁଛନ୍ତି । ଜିଲ୍ଲାରେ ମାର୍ଚ୍ଚ 25 ରେ ଲକ ଡାଉନ୍ ଆରମ୍ଭ ହେବା ବେଳେ ଗୋଟିଏ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇନଥିଲା । ମାତ୍ର ଆଜିକୁ ଦେଢ ଶହ ପାଖାପାଖି ରୋଗୀ ବାହାରି ସାରିଲେଣି ତେବେ କରୋନା ସଂକ୍ରମଣ ରୋକିବାରେ ଲକ ଡାଉନ୍ ଓ ସଟ ଡାଉନ କେତେ ସଫଳ ବୋଲି ବୁଦ୍ଧିଜୀବି ପ୍ରଶ୍ନ କଲେଣି । ତେଣୁ ଜିଲ୍ଲାପାଳ ମହୋଦୟ ଏ ଦିଗରେ ବିଚାର କରି ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରତି ପ୍ରାଥମିକତା ଦେବାକୁ ଜନସାଧାରଣ ରେ ଦାବୀ ହେଉଛି । ରୋଗ ଅପେକ୍ଷା ଭୋକର ଦାଉ ଅଣାୟତ ନ କରୁ ।

hiranchal ad1
Leave A Reply

Your email address will not be published.

eight + two =