ଭାରସାମ୍ୟ ହରାଇ ବିଦ୍ୟୁତ ଖମ୍ବକୁ ଧକ୍କା ଦେଲା କାର୍

0 2,317

ବୌଦ୍ଧ: ଜାତୀୟ ରାଜପଥ ନମ୍ବର୍ ୫୭ ର ଗମ୍ଭାରୀପଦର ଛକ ନିକଟରେ ଗୋଟିଏ ମାରୁତି ସ୍ୱିଫ୍ଟ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ ଘଣ୍ଟା ସମୟରେ ବୌଦ୍ଧ ଠାରୁ ମନମୁଣ୍ଡା ଦିଗକୁ ଯାଉଥିବା ଗୋଟିଏ ମାରୁତି ସ୍ୱିଫ୍ଟ କାର୍‌( ସିଜି ୨୨ଏବି ୮୫୩୮ ) ଗମ୍ଭାରୀ ପଦର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗୋଟିଏ ବିଦ୍ୟୁତ୍ ଖମ୍ବକୁ ଧକ୍କା ଦେଇଥିଲା । ବିଦ୍ୟୁତ ଖମ୍ବକୁ ଧକ୍କା ଦେବାରୁ ଗୋଟିଏ ବଡ଼ ଅଘଟଣରୁ ରକ୍ଷା ମିଳିଛି ଓ ନିକଟରେ ଥିବା ହୋଟେଲ ଭିତରକୁ କାର୍ ପଶି ପାରିନଥିଲା । କାର୍ ମଧ୍ୟରେ ଡ୍ରାଇଭର ବ୍ୟତିତ କୌଣସି ଯାତ୍ରୀ ନ ଥିଲେ ଓ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ବୌଦ୍ଧ ଥାନାର ପିସିଆର୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

six + eleven =